fbpx

ଟ୍ରାଫିକ ଭିଡ଼ରୁ ବାହାରିବା ପାଇଁ କେତେ ସମୟ ଲାଗିବ? ଗୋଟିଏ ସେକେଣ୍ଡରେ ସବୁକିଛି କହିଦେବ AI ଆପ

ନୂଆଦିଲ୍ଲୀ: ସାଧାରଣତଃ ଆମକୁ ଯଦି କୌଣସି ସ୍ଥାନରେ ଶିଘ୍ର ପହଁଚିବାକୁ ଥାଏ ସେତେବେଳେ ରାସ୍ତାରେ ଗଲାବେଳେ ଟ୍ରାଫିକ ଭିଡ଼ ସମସ୍ୟା ଦେଖିବାକୁ ମିଳିଥାଏ । ଯାହା ଦ୍ୱାରା ଆମେ ସଠିକ ସମୟରେ ସଠିକ ସ୍ଥାନରେ ପହଁଚିପାରୁନାହିଁ । ତେବେ ଏହି ସମସ୍ୟାରୁ ଖୁବ ଶିଘ୍ର ମୁକ୍ତି ଦେବ ଏଆଇ । ଜାତୀୟ ରାଜଧାନୀ ଦିଲ୍ଲୀକୁ ନୂଆ ବର୍ଷରେ ଟ୍ରାଫିକ ଭିଡ଼ ସମସ୍ୟାରୁ ମୁକ୍ତି ଦେବା ପାଇଁ ସମସ୍ତ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଖାସକରି ନୂଆ ବର୍ଷରେ ଦିଲ୍ଲୀ ସରକାର ଏବଂ ଟ୍ରାଫିକ ପୋଲିସ ସମସ୍ତ ମେସିନାରୀ ଆର୍ଟିଫିସିୟାଲ ଇଣ୍ଟେଲିଜେନ୍ସକୁ ସହରର ଭିଡ଼କୁ ମୁକ୍ତି ଦେବେ ।

ଦିଲ୍ଲୀ ପୋଲିସ ନୂଆ ବର୍ଷରେ ଏପରି ଆପ ଲଞ୍ଚ କରିବାକୁ ପ୍ରସ୍ତୁତି ଚଳାଇଛି ଯେଉଁଥିରେ ଅପଣଙ୍କ ଲୋକେସନ ପକାଇବା ପରେ ଟ୍ରାଫିକ ଜାମ, ଲାଗିବାକୁ ଥିବା ସମୟ ବା ଅନ୍ୟ ରୁଟସ ବିଷୟରେ ମଧ୍ୟ ସୂଚନା ମିଳିଯିବ । ଏଥିପାଇଁ ଦିଲ୍ଲୀ ପୋଲିସ ଏଆଇର ସାହାଯ୍ୟ ନେବାକୁ ଯାଉଛି । ଏଆଇ ଜରିଆରେ ଟ୍ରାଫିକ ପୋଲିସର ଆପ ଆପଣଙ୍କୁ ଅନ୍ୟ ରୁଟସ, ସଟକଟ ବାଟ ବିଷୟରେ ଅପସନ ଦେବ । ଯାହା ମାଧ୍ୟମରେ ଆପଣ ସେହି ରୁଟସରେ ଅତି ସହଜରେ ଏବଂ କମ ସମୟରେ ଘର ବା ଅଫିସରେ ପହଁଚିପାରିବେ ।

ଗତ କିଛି ବର୍ଷ ଧରି ଦିଲ୍ଲୀ ବାସୀ ଭିଡ଼ ସମସ୍ୟା ଦେଇ ଗତି କରୁଥିଲେ । ବର୍ଷକୁ ବର୍ଷ ଏହି ସମସ୍ୟା ବଢି ବଢି ଚାଲିଥିଲା । ଗତ ବର୍ଷରେ ଦିଲ୍ଲୀ ସରକାର ଏହି ଭିଡ଼କୁ କମ କରିବା ପାଇଁ ଇଣ୍ଟିଗ୍ରେଟିଟ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ ଆରମ୍ଭ କରିଦେଇଥିଲେ । ଯେଉଁଥିରେ ଚଳିତ ବର୍ଷ ବହୁ ପରିମାଣର ଟ୍ରାଫିକ ଭିଡ଼କୁ ରୋକିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।

Get real time updates directly on you device, subscribe now.