ଟ୍ରିପଲ ମର୍ଡର; ସ୍ତ୍ରୀ ଓ 2 ଝିଅଙ୍କୁ ମାରି ସ୍ୱାମୀ ଫେରାର

ସ୍ତ୍ରୀ ଓ 2 ପିଲାଙ୍କୁ ମାରି ଫେରାର ହେଲା ସ୍ୱାମୀ

ନୂଆଦିଲ୍ଲୀ: ସ୍ତ୍ରୀ ଓ 2 ପିଲାଙ୍କୁ ମାରି ଫେରାର ହେଲା ସ୍ୱାମୀ। ଦିଲ୍ଲୀର କରାୱାଲ ନଗର ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା। ଏଠାରେ ଏକ ତ୍ରିପଲ୍ ହତ୍ୟାକାଣ୍ଡର ଘଟଣା ସାମ୍ନାକୁ ଆସିଛି।

ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ଦୁଇ ପିଲାଙ୍କୁ ହତ୍ୟା କରିଛନ୍ତି। ହତ୍ୟା କରିବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

କ’ଣ ଥିଲା ପୂରା ଘଟଣା? ପ୍ରଦୀପ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଜୟଶ୍ରୀ ଏବଂ ତାଙ୍କର ୫ ବର୍ଷ ଏବଂ ୭ ବର୍ଷ ବୟସର ଦୁଇ ଝିଅଙ୍କୁ ହତ୍ୟା କରିଛନ୍ତି। ପତ୍ନୀଙ୍କ ସହ ବିବାଦ କାରଣରୁ ସେ ଏଭଳି କରିଛନ୍ତି ବୋଲି କୁହାଯାଉଛି।

3 ଜଣଙ୍କୁ ମାରିସାରିବା ପରେ ଅଭିଯୁକ୍ତଜଣଙ୍କ ଫେରାର ହୋଇଯାଇଥିଲେ। ବହୁତ ଖୋଜାଖୋଜି କରିବା ପରେ ପୋଲିସ ଅଭିଯୁକ୍ତକୁ ଦିଲ୍ଲୀରୁ ହିଁ ଗିରଫ କରିଛି।