fbpx

ବସ୍ତି ବାହାରେ ଶୋଇଥିବା ପାଞ୍ଚ ଜଣଙ୍କ ଉପରେ ମାଡ଼ିଗଲା ଟାଟା ଏସ୍, ୧ ଶିଶୁ ସମେତ ଦୁଇ ଜଣଙ୍କ ମୃତ୍ୟୁ

Advertisement

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀର ସିଭିଲ୍ ଲାଇନ୍ସ ଅଞ୍ଚଳରେ ଥିବା ବସ୍ତି ବାହାରେ ଶୋଇଥିବା ପାଞ୍ଚ ଜଣଙ୍କ ଉପରେ ମାଡ଼ିଗଲା ଟାଟା ଏସ୍। ସେଥିମଧ୍ୟରୁ ଜଣେ ଶିଶୁ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ ଘଟଣାସ୍ଥଳରେ ଧରି ପ୍ରହାର କରିଥିଲେ। ପରେ ତାଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ସିଭିଲ ଲାଇନ୍ସ ପୋଲିସ ଏହି ମାମଲା ରୁଜୁ କରି ଅଭିଯୁକ୍ତ ଡ୍ରାଇଭର ଦୀନେଶ ରାୟଙ୍କୁ ଗିରଫ କରିଛି।

ଜିଲ୍ଲା ପୋଲିସ ଡେପୁଟି କମିଶନର ସାଗର ସିଂ କାଲସିଙ୍କ ଅନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ୫.୩୩ ବେଳେ ସିଭିଲ୍ ଲାଇନ୍ ପୋଲିସ୍ ଷ୍ଟେସନ ପରିସରର ମଜନୁ କା ତିଲା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପାଞ୍ଚ ଜଣ ଆହତ ହୋଇଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ସୁଶ୍ରୁତା ଟ୍ରମା ସେଣ୍ଟର୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଡାକ୍ତରମାନେ ଜ୍ୟୋତି (୩୦) ଙ୍କୁ ମୃତ ଘୋଷଣା କରିଥିଲେ।

ଚିକିତ୍ସା ସମୟରେ ଜଣେ ଚାରି ବର୍ଷର ନିରୀହ ଶିଶୁର ମଧ୍ୟ ମୃତ୍ୟୁ ଘଟିଛି। ପୋଲିସ କହିଛି ଯେ, ଆହତ ସୁଭାଷ ଏବଂ ଦୁଇ ନିରୀହ ଲୋକଙ୍କୁ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି। ଡ୍ରାଇଭର ବିହାରର ମୁଜାଫରପୁରର ବାସିନ୍ଦା। ଦୁର୍ଘଟଣାର କାରଣ ପୋଲିସ ତଦନ୍ତ କରୁଛି।

Get real time updates directly on you device, subscribe now.