କ୍ଷୀର ନେଲା ଜୀବନ, ଜାଣିଶୁଣି ମୃତ୍ୟୁକୁ ଡାକିଆଣିଲେ ମହିଳା

ଅତି ଲୋଭରୁ ମୃତ୍ୟୁ । ସ୍ୱାସ୍ଥ୍ୟବାନ୍ ହେବାଲାଗି ପିଉଥିଲେ କ୍ଷୀର କିନ୍ତୁ ସବୁଦିନ ପାଇଁ ବୁଜିଲେ ଆଖି ।

ଓଡ଼ିଶା ଭାସ୍କର: କ୍ଷୀର ପିଇବା ଦ୍ୱାରା ଦେହ ସୁସ୍ଥ ରୁହେ । ଯେଉଁକାରଣରୁ ପିଲାଠାରୁ ଆରମ୍ଭ କରି ବୃଦ୍ଧ ସମସ୍ତଙ୍କୁ ଡାକ୍ତର କ୍ଷୀର ପିଇବାକୁ ପରାମର୍ଶ ଦେଇଥାନ୍ତି । କ୍ଷୀର ପିଇବା ଦ୍ୱାରା ଶାରୀରିକ ବିକାଶ ସାଙ୍ଗକୁ ମାନସିକ ବିକାଶ ମଧ୍ୟ ବଢ଼ିଥାଏ ।

କିନ୍ତୁ ଦିଲ୍ଲୀ ଏନସିଆରରେ ରହୁଥିବା ଜଣେ ମହିଳାଙ୍କ ପାଇଁ କ୍ଷୀର ପାଲଟିଯାଇଛି ବିଷ । ଗାଈ କ୍ଷୀର ପିଇବା ଯୋଗୁ ମହିଳାଙ୍କ ଜୀବନ ଚାଲିଯାଇଛି ।

ଖବର ମୁତାବକ ଗାଈକୁ ଗୋଟିଏ ବୁଲା କୁକୁର କାମୁଡ଼ି ଦେଇଥିଲା । ଏହାପରେ ଘର ଲୋକେ ଗାଈର ଚିକିତ୍ସା କରିଥିଲେ, କିନ୍ତୁ ସେ ଚିିକିତ୍ସାର ପ୍ରଭାବ ଗାଈ ଉପରେ ପଡ଼ି ନ ଥିଲା । ଗାଈଟି ରେବିଜ ରୋଗରେ ସଂକ୍ରମିତ ହୋଇଯାଇଥିଲା । ଏହାସତ୍ୱେ ମହିଳା ଗାଈ କ୍ଷୀର ପିଇଥିଲେ ଆଉ ମୃତ୍ୟୁ ମୁଖରେ ପଡ଼ିଥିଲେ ।

ଆଇସିଏମଆର ରିପୋର୍ଟ ମୁତାବକ, ରେବିଜ ଦ୍ୱାରା ସଂକ୍ରମିତ ପଶୁ କ୍ଷୀରରେ ମଧ୍ୟ ସେହି ରୋଗର ଭାଇରସ ରହିଥାଏ । ସେଥି ପାଇଁ ଗୃହପାଳିତ ପଶୁଙ୍କୁ ବାହାର ଜନ୍ତୁ କାମୁଡିବା ଦ୍ୱାରା ଅଧିକ ସତର୍କତାର ସହ କାମ କରିବା ଉଚିତ୍ ।