କେନ୍ଦୁଝର: ଡେଲିଭରି ବଏଙ୍କ ଆଖି ତାଡିଦେଲେ ଦୁର୍ବୃତ୍ତ । ଗାଡ଼ି ପାର୍କିଂକୁ ନେଇ ଝଗଡ଼ା ହେବା ପରେ ମଦ୍ୟପମାନେ ଏହି ଅମାନୁଷିକ କାଣ୍ଡ ଘଟାଇଥିବା ସୂଚନା ।
ଆକ୍ରମଣରେ ଡେଲିଭରି ବୟଙ୍କ ଡାହାଣ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସୂଚନା । ଡେଲିଭରି ବଏଙ୍କୁ ସ୍ଥାନୀୟ ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ସେଠାରେ ଡାକ୍ତର ତାଙ୍କ ଚିକିତ୍ସା କରିଥିଲେ ।
ମଦ୍ୟପ ଯୁବକଙ୍କୁ ଅଟକ ରଖିବା ସହ ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି ।