ରାଜଧାନୀର ଛାତି ଉପରେ ମହିଳାଙ୍କୁ କଟୁରିରେ ହାଣିଲା ଡେଲିଭରି ବୟ
ଖାଦ୍ୟ ଡେଲିଭରି ବେଳେ ବଚସା। ରାଗିଯାଇ ମହିଳାଙ୍କୁ ହାଣିଲା ଡେଲିଭରି ବୟ।
ଭୁବନେଶ୍ୱର: ଡେଲିଭରି ବୟଙ୍କ ଉନ୍ମତ୍ତକାଣ୍ଡ। ଖୋଦ ରାଜଧାନୀର ଛାତି ଉପରେ ଅପରାଧ। ଡେଲିଭରି ବୟ ମଚାଇଲା ଉନ୍ମତ୍ତକାଣ୍ଡ। ଭୁବନେଶ୍ୱରର ଭରତପୁର ଅଞ୍ଚଳରେ ମହିଳାଙ୍କୁ କଟୁରିରେ ହାଣିଲା ଡେଲିଭରି ବୟ। ମୁଣ୍ଡ, ହାତ ଏବଂ ବେକରେ ଲାଗିଛି ଆଘାତ।
ରାଜଧାନୀର ଛାତି ଉପରେ ଅପରାଧ ରଚିଲା ଡେଲିଭରି ବୟ। ସାମାନ୍ୟ ଖାଦ୍ୟ ଡେଲିଭରି ବେଳେ ମହିଳାଙ୍କ ସହ ହୋଇଥିଲା ବଚସା। ଆଉ ଏହି ବଚସା ନେଇଥିଲା ଉଗ୍ରରୂପ। ଶେଷରେ ଡେଲିଭରି ବୟ ଜଣକ କଟୁରୀରେ ମହିଳାଙ୍କୁ ହାଣିବାକୁ ବି ପଛାଇଲେ ନାହିଁ।
ଧାରୁଆ କଟୁରିରେ ମହିଳାଙ୍କୁ ୩ ଚୋଟ ପକାଇଲେ। ଫଳରେ ଗୁରୁତର ହୋଇପଡିଥିଲେ ମହିଳା ଜଣକ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।