fbpx

ରାଜ୍ୟରେ ଆଉ ୨୫ଟି ନୂଆ ଜିଲ୍ଲା ପାଇଁ ଆସିଛି ଦାବି ପତ୍ର

ଭୁବନେଶ୍ବର: ରାଜ୍ୟରେ ଆଉ ୨୫ଟି ନୂଆ ଜିଲ୍ଲା ପାଇଁ ଆସିଛି ଦାବି ପତ୍ର । ବିଧାନସଭାରେ ମୋହନ ମାଝୀଙ୍କ ପ୍ରଶ୍ନରେ ରାଜସ୍ବ ମନ୍ତ୍ରୀଙ୍କ ଉତ୍ତର । ସର୍ବାଧିକ ୪ଟି ନୂଆ ଜିଲ୍ଲା ଦାବି ଗଂଜାମ ଜିଲ୍ଲାରୁ ଆସିଛି । ଘୁମୁସର, ଋଷିକୂଲ୍ୟା, ବ୍ରହ୍ମପୁର, ଭଂଜନଗରକୁ ନୂଆ ଜିଲ୍ଲା କରିବା ନେଇ ଆସିଛି ଦାବି । ସେହିପରି ମୟୂରଭଂଜରୁ ୩, ସୁନ୍ଦରଗଡ଼, ବାଲେଶ୍ବର ଓ କଟକରୁ ୨ଟି ଲେଖାଏଁ ଆସିଛି ଦାବି ପତ୍ର । ମୟୂରଭଂଜରୁ ପଶ୍ଚିମ ମୟୂରଭଂଜ, ରାଇରଙ୍ଗପୁର, ଖିଚିଂକୁ ନେଇ ହୋଇଛି ନୂଆ ଜିଲ୍ଲା ଦାବି । ସୁନ୍ଦରଗଡ଼ରୁ ବଣାଇ, ରାଉରକେଲାକୁ ନୂଆ ଜିଲ୍ଲା ଦାବି ।

 

 

Get real time updates directly on you device, subscribe now.