fbpx

ରାଜଧାନୀରେ ଚିନ୍ତା ବଢ଼େଇଲାଣି ଡେଙ୍ଗୁ ;ଧୀରେ ଧୀରେ ବଢୁଛି ରୋଗୀଙ୍କ ସଂଖ୍ୟା

ନୂଆଦିଲ୍ଲୀ: ସୋମବାର ପ୍ରକାଶିତ ଏକ ନାଗରିକ ସଂସ୍ଥା ରିପୋର୍ଟ ଅନୁଯାୟୀ ରାଜଧାନୀରେ ଏବେ ଡେଙ୍ଗୁ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ବର୍ଷ ପର୍ଯ୍ୟନ୍ତ ଦିଲ୍ଲୀରେ ଭେକ୍ଟର ଜନିତ ରୋଗର(ମଶା ଦ୍ୱାରା ବ୍ୟାପୁଥିବା ) ସଂଖ୍ୟା ପ୍ରାୟ ୩୦୦କୁ ବୃଦ୍ଧି ପାଇଛି। ଗତ ଏକ ସପ୍ତାହ ମଧ୍ୟରେ ୫୧ଟି ନୂଆ ମାମଲା ରୁଜୁ ହୋଇଛି। ଚଳିତ ବର୍ଷ ସେପ୍ଟେମ୍ବର 9 ପର୍ଯ୍ୟନ୍ତ ପଞ୍ଜୀକୃତ ହୋଇଥିବା ୨୯୫ ଟି ମାମଲା ମଧ୍ୟରୁ ୭୫ ଟି ଅଗଷ୍ଟରେ ପଞ୍ଜିକୃତ ହୋଇଛି।

୨୯୫ଜାନୁୟାରୀ ୧ ରୁ ସେପ୍ଟେମ୍ବର ୯ ମଧ୍ୟରେ ୨୦୧୭ ଠାରୁ ଏହା ସର୍ବାଧିକ ସଂଖ୍ୟକ ଡେଙ୍ଗୁ ରୋଗ ହୋଇଛି, ଯେତେବେଳେ ଏହି ସଂଖ୍ୟା ୧,୧୧୭ ରେ ପହଁଚିଥିଲା।ରିପୋର୍ଟରେ କୁହାଯାଇଛି ଯେ ଚଳିତ ବର୍ଷ ଏହି ରୋଗ ହେତୁ କାହାର ମୃତ୍ୟୁ ହୋଇନାହିଁ। ରିପୋର୍ଟ ଅନୁଯାୟୀ, ୨୦୧୮ ମସିହାରେ ଜାନୁୟାରୀ ୧ ରୁ ସେପ୍ଟେମ୍ବର ୩ ମଧ୍ୟରେ ଦିଲ୍ଲୀରେ ୧୩୭ ଟି ଡେଙ୍ଗୁ ଆକ୍ରାନ୍ତ ହୋଇଥିଲା। ଏଥି ସହିତ, ଏହି ସଂଖ୍ୟା ୨୦୧୯ ରେ ୧୨୨, ୨୦୨୦ ରେ ୯୬ ଏବଂ ୨୦୨୧ ରେ ୧୨୪ ଥିଲା।୨୦୧୫ ରେ, ମାମଲା ୧୦ ହଜାର ଅତିକ୍ରମ କରିଥିଲା।

ଏକ ସମୟରେ ରାଜଧାନୀରେ ଡେଙ୍ଗୁ ରୋଗ ଏକ ଚିନ୍ତାଜନକ ପରିସ୍ଥିତିରେ ପହଞ୍ଚି ଥିଲା। ୨୦୧୫ରେ ଦିଲ୍ଲୀରେ ରେକର୍ଡ ଡେଙ୍ଗୁ ମାମଲା ପଞ୍ଜିକୃତ ହୋଇଥିଲା। କେବଳ ଅକ୍ଟୋବର ମାସରେ, ମାମଲା ସଂଖ୍ୟା ୧୦,୬୦୦ ଅତିକ୍ରମ କରିଥିଲା। ୧୯୯୬ ପରଠାରୁ ଏହା ଦିଲ୍ଲୀର ସବୁଠାରୁ ଅଧିକ ଡେଙ୍ଗୁ ଆକ୍ରାନ୍ତ ଥିଲା।

Get real time updates directly on you device, subscribe now.