fbpx

କଟକ ଓ ଭୁବନେଶ୍ୱରରେ ଘନ କୁହୁଡି ଆସ୍ତରଣ

ଭୁବନେଶ୍ୱର: କୁହୁଡି ଚାଦର ତଳେ ରାଜଧାନୀ ଏବଂ କଟକ ସହର । ରାଜ୍ୟରେ କିଛିଦିନ ହେଲାଣି ଶୀତର ମାତ୍ରା କମ ଥିବା ବେଳେ ଆଜି ଘନ କୁହୁଡ଼ି ଦେଖିବାକୁ ମିଳିଛି । ପରିସ୍ଥିତି ଏପରି ହୋଇଛି ଯେ, ୫୦ମିଟର ଦୂରତ ଦେଖାଯାଉନି । ମାତ୍ରାଧିକ କୁହୁଡ଼ି ଯୋଗୁ ରାସ୍ତାରେ ବିନା ଲାଇଟରେ ଗାଡି ଚଲାଇବା ଅସମ୍ଭବ ହୋଇ ପାଡିଛି ।

ସେପଟେ ବାୟୁମଣ୍ଡଳରେ ଅଧିକ ଧୂଳିକଣା ଓ ଅର୍ଦ୍ରାତା ପାଇଁ କୁହୁଡି ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ଦେଖିବାକୁ ଗଲେ ରାଜ୍ୟରେ ମକର ସଂକ୍ରାନ୍ତି ପରଠାରୁ ଅତ୍ୟଧିକ କୁହୁଡ଼ି ଦେଖାଯାଏ । ହେଲେ ବର୍ତ୍ତମାନ ଏପରି କୁହୁଡ଼ି ଆସ୍ତରଣ ହୋଇଛି ଯାହା ଫଳରେ ଗାଡ଼ିଚଳାଚଳରେ ବାଧାପ୍ରାପ୍ତ ଘଟିଛି ।

ପରବର୍ତ୍ତୀ ୪ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରାରେ ୨ ରୁ ୪ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବାର ସମ୍ଭାବନା ରହିଛି । ଅନ୍ୟପଟେ ସୋମବାର ଦିନ ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି ।ଗତ ୨ ଦିନ ହେଲା ରାଜ୍ୟରେ ଶୀତ କମିଥିବା ବେଳେ ରାଜ୍ୟର ସର୍ବନିମ୍ନ ତାପମାତ୍ରା କିରେଇଠାରେ ୧୨ ଡିଗ୍ରି ରେକର୍ଡ ହୋଇଛି। ସେହିଭଳି ସୁନ୍ଦରଗଡ଼ ଓ କେନ୍ଦୁଝରରେ ୧୩.୨ ଡିଗ୍ରି, ଓ ଜି. ଉଦୟଗିରିରେ ୧୩.୬ ଡିଗ୍ରି ରାତି ତାପମାତ୍ରା ରେକର୍ଡ ହୋଇଛି। ରାଜଧାନୀ ଭୁବନେଶ୍ବରରେ ଗତ ରାତିରେ ସର୍ବନିମ୍ନ ତାପମାତ୍ରା ୧୭.୭ ଡିଗ୍ରି ଓ କଟକର ରହିଥିଲା ୧୭ ଡିଗ୍ରି। ଆଜି ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରି ଓ ସର୍ବାଧିକ ତାପମାତ୍ରା ୩୨ ଡିଗ୍ରି ମଧ୍ୟରେ ରହିବ।

Get real time updates directly on you device, subscribe now.