fbpx

୨୧ ଯାଏଁ ଘନ କୁହୁଡି, ଜାଣନ୍ତୁ କେଉଁ ଜିଲ୍ଲାକୁ ସତର୍କବାଣୀ?

ଭୁବନେଶ୍ୱର,୧୮ ।୮(ଓଡିଶା ଭାସ୍କର): ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟରେ ଘନ କୁହୁଡି ହେବାର ସମ୍ଭାବନା ରହିଛି । ୧୯ ତାରିଖ ରାତି ଓ ୨୦ ତାରିଖ ସକାଳେ ୧୦ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି ବୋଲି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେହି ୧୦ଟି ଜିଲ୍ଲା ଯଥା- ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂପୁର, କଟକ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ ନୟାଗଡ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି ।

ସେହିପରି ୨୦ ତାରିଖ ରାତି ଓ ୨୧ ତାରିଖ ସକାଳେ ୬ ଜିଲ୍ଲାକୁ ଘନ କୁହୁଡି ପାଇଁ ସତର୍କବାଣୀ ଦିଆଯାଇଛି । ସେହି ୬ଟି ଜିଲ୍ଲା ଯଥା ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି । ଘନ କୁହୁଡି ଯୋଗୁଁ ଦୁର୍ଘଟଣା ଘଟିପାରେ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସର୍ତକ ରହବାକୁ ଅବଗତ କରାଇଲେ ଏସଆରସି ।

Get real time updates directly on you device, subscribe now.