Breaking: ପୌରାଧ୍ୟକ୍ଷା ପଦରୁ ବହିଷ୍କୃତ ହେଲେ ଶାନ୍ତି ମଞ୍ଜରୀ, ଉତ୍ତରରେ ସନ୍ତୁଷ୍ଟ ନ ଥିଲା ରାଜ୍ୟ ନଗର ଉନ୍ନୟନ ବିଭାଗ
ଦେବଗଡ଼: କାର୍ଯ୍ୟରେ ଅନୀୟମିତତା ଅଭିଯୋଗରେ ପଦଚ୍ୟୁତ ହେଲେ ଦେବଗଡ଼ ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈ । ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଗତ ନଭେମ୍ବରରେ କାର୍ଯ୍ୟରେ ଅନୀୟମିତତା ନେଇ ରାଜ୍ୟ ସରକାର କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । ନୋଟିସକୁ ନେଇ ଶାନ୍ତ ମଞ୍ଜରୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଡିସେମ୍ବର ୧୧ରେ ହାଇକୋର୍ଟ ଆବେଦନ ଖାରଜ କରି ୭ ଦିନରେ ଉତ୍ତର ରଖିବାକୁ କହିଥିଲେ ।
ନାଚୁରାଲ ଜଷ୍ଟିସରେ ୨୫ ତାରିଖରେ ଶାନ୍ତିମଞ୍ଜୁରୀଙ୍କୁ ପକ୍ଷ ରଖିବାର ସୁଯୋଗ ନଗରଉନ୍ନୟନ ବିଭାଗ ଅଦାଲତରେ ମିଳିଥିଲା । କିନ୍ତୁ ତାଙ୍କ ଉତ୍ତର ସନ୍ତୋଷ ଜନକ ନ ହେବା କାରଣରୁ, ବିଭାଗ ପକ୍ଷରୁ ତାଙ୍କୁ ବହିଷ୍କୃତ କରାଯାଇଛି । ଗତକାଲି ପଦବୀରୁ ଶାନ୍ତିମଞ୍ଜରୀଙ୍କଚୁ ବିଦା କରାଯାଇଥିବା ସୂଚନା ।