ବର୍ଷକର ରିପୋର୍ଟ କାର୍ଡ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କହିଲେ କଥା ଦେଇଥିଲି…
ବର୍ଷକର ରିପୋର୍ଟ କାର୍ଡ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ‘ଉତ୍କର୍ଷ ନିମାପଡ଼ା ସମ୍ମିଳନୀ’ରେ ବର୍ଷକର ରିପୋର୍ଟ କାର୍ଡ ଦେଲେ ଉପମୁଖ୍ୟମନ୍ତ୍ରୀ ।
ଭୁବନେଶ୍ବର: ବର୍ଷକର ରିପୋର୍ଟ କାର୍ଡ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ‘ଉତ୍କର୍ଷ ନିମାପଡ଼ା ସମ୍ମିଳନୀ’ରେ ବର୍ଷକର ରିପୋର୍ଟ କାର୍ଡ ଦେଲେ ଉପମୁଖ୍ୟମନ୍ତ୍ରୀ । “ନିର୍ବାଚନ ବେଳେ କଥା ଦେଇଥିଲି, ଅଫିସର ଆପଣଙ୍କ ଦାଣ୍ଡକୁ ଯିବେ । 11 ଟି ବିଭାଗର 33 ଜଣ ଅଫିସରଙ୍କୁ ସାମ୍ନାଙ୍କୁ ଆଣିଛି”ବୋଲି ସମ୍ମିଳନୀରେ ପ୍ରଭାତୀ ପରିଡ଼ା କହିଛନ୍ତି ।
“ଜଳ ନିଷ୍କାସନ, ସଡ଼କ ନିର୍ମାଣ, ମେଗା ପାନୀୟ ଜଣ ପ୍ରକଳ୍ପ ଏହାର ଉଦାହରଣ । ଏହା ସହ 8ଟି ମନ୍ଦିରର ଉନ୍ନତିକରଣ ପାଇଁ ଅର୍ଥ ଅନୁମୋଦନ ହୋଇଛି । 17 ଲକ୍ଷ ଟଙ୍କା ବ୍ୟୟରେ ସ୍ବର୍ଗ ରଥ ପ୍ରଦାନ କରାଯାଇଛି । ଶିକ୍ଷା ପାଇଁ 22 କୋଟି, ଗମନାଗମନ ପାଇଁ 146 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ପାନୀୟ ଜଳ କ୍ଷେତ୍ରରେ 213 କୋଟି ବ୍ୟୟ କରାଯାଇଛି । ଉତ୍କର୍ଷ ନିମାପଡ଼ା 2036 ପାଇଁ ରୋଡମ୍ୟାପ୍ ନେଇ ଆଲୋଚନା ହୋଇଛି” ବୋଲି ମଧ୍ୟ କହିଛନ୍ତି ପ୍ରଭାତୀ ପରିଡ଼ା ।