ନୂଆଦିଲ୍ଲୀ: ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବଳଙ୍ଗା ପୀଡ଼ିତା ଏବେ ଦିଲ୍ଲୀସ୍ଥିତ ଏମ୍ସରେ ହେଉଛନ୍ତି ଚିକିତ୍ସିତ ।
ପୀଡ଼ିତାଙ୍କୁ ଭେଟିବା ସହ ଚିକିତ୍ସା ସମ୍ପର୍କରେ ଡାକ୍ତରଙ୍କଠାରୁ ପଚାରି ବୁଝିଥିଲେ ପ୍ରଭାତୀ । ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ଜଣାପଡ଼ିଛି ।
ଗତ ଶନିବାର ପୀଡ଼ିତା ସାଙ୍ଗ ଘରକୁ ଯାଉଥିବାବେଳେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଟେକି ନେଇ ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇ ଦେଇଥିଲେ ।
ପୀଡ଼ିତା ଚିକ୍ରାର କରିବା ପରେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଭୁବନେଶ୍ୱର ଏମ୍ସ ପରେ ପୀଡ଼ିତାଙ୍କୁ ଏୟାର ଲିଫ୍ଟ କରି ଦିଲ୍ଲୀ ଏମ୍ସ ନିଆଯାଇଥିଲା ।
ଯେଉଁଠାରେ ପୀଡ଼ିତାଙ୍କ ଚିକିତ୍ସା ଚାଲିଛି ।