ଜୁଲାଇ ପ୍ରଥମ ସପ୍ତାହରେ କେତୁ-ମଙ୍ଗଳଙ୍କ ବିନାଶକାରୀ ଯୋଗ, ଏହି ୩ଟି ରାଶିକୁ ବିପଦ

ଭାଙ୍ଗିଯାଇପାରେ ଏହି ୩ଟି ରାଶିର ଲୋକଙ୍କ ପ୍ରେମ କିମ୍ୱା ବୈବାହିକ ସମ୍ପର୍କ।

ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ରରେ କେତୁ ଏବଂ ମଙ୍ଗଳ ଗ୍ରହ ଉଭୟକୁ କ୍ରୁର ଗ୍ରହ ଭାବରେ ବିବେଚନା କରାଯାଇଛି।  ଏପରି ପରିସ୍ଥିତିରେ ଯେତେବେଳେ ବି ଏହି ଦୁଇଟି ଗ୍ରହ ଗୋଟିଏ ରାଶିରେ ଚାଲନ୍ତି, ସେତେବେଳେ ସେହି ରାଶିର ବ୍ୟକ୍ତି ବିଶେଷଙ୍କ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳେ।

ମଙ୍ଗଳ-କେତୁର ସଂଯୋଗ କୁଜକେତୁ ନାମକ ଏକ ବିନାଶକାରୀ ଯୋଗ ସୃଷ୍ଟି କରେ। ଯାହାକୁ କ୍ରୋଧ, ଆକ୍ରମଣ ଏବଂ ଦୁର୍ଘଟଣାର କାରଣ ବୋଲି ବିବେଚନା କରାଯା

ଜୁଲାଇ ୭ ତାରିଖରେ ମଙ୍ଗଳ ସିଂହ ରାସିରେ ପ୍ରବେଶ କଲେ, ସେଠାରେ କେତୁ ସହ ସଂଯୋଗ ହେବ। ଏହାସହ କୁଜକେତୁ ଯୋଗ ସୃଷ୍ଟି ହେବ। କୁଜକେତୁ ଯୋଗର ପ୍ରଭାବ ଆପଣଙ୍କ ଦାମ୍ପତ୍ୟ ଜୀବନରେ ମଧ୍ୟ ପ୍ରଭାବ ପକାଇପାରେ।

ଏପରି ପରିସ୍ଥିତିରେ ଜୁଲାଇ ୭ ତାରିଖ ପରେ ଏହି ଯୋଗର ନକାରାତ୍ମକ ପ୍ରଭାବ  ୩ଟି ରାଶିର ପ୍ରେମ ଏବଂ ବୈବାହିକ ଜୀବନ ଉପରେ ଦେଖାଯାଇପାରେ। ତେବେ ଆସନ୍ତୁ ଜାଣିବା ଏହି ରାଶିଗୁଡିକ ବିଷୟରେ।

ସିଂହରାଶି: କେତୁ-ମଙ୍ଗଳର ସଂଯୋଗ ସିଂହ ରାଶିରେ ରହିବ ଏବଂ ଏହି ଦୁଇଟି ଗ୍ରହର ଦୃଷ୍ଟି ସିଂହ ରାଶିର ବ୍ୟକ୍ତିମାନଙ୍କ ସପ୍ତମ ଘରେ ମଧ୍ୟ ରହିବ। ସପ୍ତମ ଘରକୁ ବିବାହ ଏବଂ ସହଭାଗୀର କାରକ ଭାବରେ ବିବେଚନା କରାଯାଏ।

ତେଣୁ ମଙ୍ଗଳ-କେତୁର ସଂଯୋଗର ପ୍ରଭାବ ଯୋଗୁଁ, ଆପଣଙ୍କ ବୈବାହିକ ଜୀବନରେ ଉତ୍ଥାନ-ପତନ ହୋଇପାରେ। ଆପଣଙ୍କର ଆକ୍ରମଣାତ୍ମକ ସ୍ୱଭାବ ଆପଣଙ୍କ ସାଥୀକୁ ଆପଣଙ୍କଠାରୁ ଦୂରେଇ ରଖିପାରେ।

ଏହି ସମୟରେ ଆପଣଙ୍କୁ ଶୁଣା କଥା ଶୁଣି ଆପଣଙ୍କ ସାଥୀଙ୍କୁ ସନ୍ଦେହ କରିବାରୁ ବଞ୍ଚିବାକୁ ପଡିବ। ସେହି ସମୟରେ ଏହି ରାଶିର କିଛି ଲୋକଙ୍କୁ ଏହି ସମୟରେ ମାନସିକ ସମସ୍ୟାର ମଧ୍ୟ ସମ୍ମୁଖୀନ ହେବାକୁ ପଡିପାରେ।

ସାମାଜିକ ସ୍ତରରେ କଥାବାର୍ତ୍ତା କରିବା ସମୟରେ ସତର୍କ ରୁହନ୍ତୁ, ନଚେତ୍ ମାନହାନି ହୋଇପାରେ। ପ୍ରତିକାର ଭାବରେ ଭଗବାନ ଶିବଙ୍କୁ ପୂଜା କରନ୍ତୁ।

ଧନୁ ରାଶି: ମଙ୍ଗଳ ଏବଂ କେତୁ ଗ୍ରହ ଆପଣଙ୍କ ପ୍ରେମ ଘରେ ଏକ ସଂଯୋଗ ସୃଷ୍ଟି କରିବେ। ଏହି ଘର ପ୍ରେମ ସମ୍ପର୍କକୁ ପ୍ରଭାବିତ କରେ ବୋଲି ବିବେଚନା କରାଯାଏ।

ମଙ୍ଗଳ-କେତୁର ସଂଯୋଗ ସାଥୀଙ୍କ ସହିତ ଭୁଲ ବୁଝାମଣା ସୃଷ୍ଟି କରିପାରେ। ଏହି ସମୟରେ କିଛି ଲୋକଙ୍କ ପ୍ରେମ ଜୀବନରେ ବିଚ୍ଛେଦର ପରିସ୍ଥିତି ମଧ୍ୟ ଆସିବ, ତେଣୁ ସତର୍କ ରୁହନ୍ତୁ।

ଭୁଲରେ ମଧ୍ୟ ସମ୍ପର୍କ ମଧ୍ୟରେ କୌଣସି ତୃତୀୟ ବ୍ୟକ୍ତିକୁ ଆସିବାକୁ ଦିଅନ୍ତୁ ନାହିଁ। ଏହି ରାଶିର ଲୋକଙ୍କ ମନରେ ପିଲାମାନଙ୍କ ବିଷୟରେ ଚିନ୍ତା ରହିପାରେ। ଆପଣଙ୍କୁ ନିଜ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନେବାକୁ ପଡିବ। ପ୍ରତିକାର ସ୍ୱରୂପ, ହଳଦିଆ ଖାଦ୍ୟ ସାମଗ୍ରୀ ଏବଂ ହଳଦିଆ ପୋଷାକ ଦାନ କରନ୍ତୁ।

କୁମ୍ଭରାଶି: ଆପଣଙ୍କ ସପ୍ତମ ଘରେ ମଙ୍ଗଲ ଏବଂ କେତୁଙ୍କ ସଂଯୋଗ ହେବ। ଏହି ସଂଯୋଗର ପ୍ରଭାବ ଯୋଗୁଁ ସାମାଜିକ ସ୍ତରରେ ମାନହାନି ହେବାର ସମ୍ଭାବନା ଅଛି।

ତେଣୁ ନିୟମ ବିରୁଦ୍ଧରେ କିଛି କରନ୍ତୁ ନାହିଁ। ଆପଣଙ୍କ ଜୀବନସାଥୀଙ୍କ ଉପରେ ଆପଣଙ୍କ ମତାମତ ଲଦନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣଙ୍କ ଜୀବନସାଥୀ ଆପଣଙ୍କଠାରୁ ଦୂରେଇ ଯାଇପାରେ।

ଆପଣଙ୍କ ଜୀବନସାଥୀଙ୍କ ବାପା ମାଆ କିମ୍ୱା ଭାଇଭଉଣୀଙ୍କ ବିଷୟରେ ଆପଣ ଯଦି କିଛି କୁହନ୍ତି ତାହାଲେ ମଧ୍ୟ ସମ୍ପର୍କ ଭାଙ୍ଗିପାରେ। କୁମ୍ଭ ରାସିର କିଛି ଲୋକଙ୍କର ଏହି ସମୟରେ ସ୍ୱାସ୍ଥ୍ୟ ସମସ୍ୟା ମଦ୍ୟ ହୋଇପାରେ। ପ୍ରତିକାର ସ୍ୱରୂପ ଆପଣଙ୍କୁ ହନୁମାନ ଚାଳିଶା ପାଠ କରିବା ଉଚିତ୍।