fbpx

ଗୋପାଳକଙ୍କୁ ସରକାର ଦେବେ ୬୦,୦୦୦ ଟଙ୍କା ଜାଣନ୍ତୁ କେମିତି କରିବାକୁ ହେବ ପଞ୍ଜୀକରଣ?

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ଅନେକ ପ୍ରକାରର ଯୋଜନା କରିଛନ୍ତି କେନ୍ଦ୍ର ସରକାର । ଏମିତିରେ କୃଷକଙ୍କ ପାଇଁ ପଶୁ କିଷାନ କାର୍ଡ ସ୍କିମ ରେ ଗାଇ, ମଇଁଷି, ଛେଳି/ମେଣ୍ଢା, କୁକୁଡ଼ା ପାଳନକାରୀଙ୍କ ପାଇଁ ସରକାରଙ୍କ ତରଫରୁ ଅନେକ ସାହାଯ୍ୟ ଦିଆଯାଉଛି । ସରକାରଙ୍କ ଏହି ଯୋଜନା ଅନୁଯାୟୀ କୃଷକଙ୍କୁ କମ ସୁଧରେ ଲୋନ ଦିଆଯାଉଛି । ଏଥିରେ ଭିନ୍ନ ଭିନ୍ନ ପଶୁମାନଙ୍କ ପାଇଁ ଲୋନ ରାଶି ନିର୍ଦ୍ଧାରିତ ରହିଛି ।

ଗାଈ ରଖିବା ପାଇଁ କୃଷକଙ୍କୁ ୪୦୭୮୩ ଟଙ୍କା ଏବଂ ମଇଁଷି ପାଳନ କରୁଥିବା କୃଷକଙ୍କୁ ୬୦୨୪୯ ଟଙ୍କା ଦିଆଯିବାପାଇଁ ନିୟମ ରହିଛି । ସେହିଭଳି ଛେଳି/ମେଣ୍ଢା ପାଇଁ ୪୦୬୩ ଟଙ୍କା ଏବଂ କୁକୁଡ଼ା ପାଳନ ଉପରେ ଏହି ରାଶି ୭୨୦ ଟଙ୍କା ପର୍ଯ୍ୟନ୍ତ ରହିଛି । ତେବେ ଆସନ୍ତୁ ଚାଣିବା ଏହି ଯୋଜନା ବିଷୟରେ ।

ପଶୁ କିଷାନ କାର୍ଡ ସ୍କିମକୁ ସରକାରଙ୍କ ତରଫରୁ କିଷାନ କ୍ରେଡିଟ କାର୍ଡ ଭଳି ଲଞ୍ଚ କରାଯାଇଛି । ଏହି ଯୋଜନା ଅନୁଯାୟୀ ସରକାର କୃଷକଙ୍କୁ ପଶୁ ପାଳନ ପାଇଁ କମ ସୁଧରେ ଲୋନ ଯୋଗାଉଛନ୍ତିି । ଏହାର ଉଦ୍ଦେଶ୍ୟ କୃଷକଙ୍କୁ ଆୟଙ୍କୁ ଦ୍ୱିଗୁଣିତ କରିବା । ଗାଈ ମଇଁଷି ପାଇଁ ୬ କିସ୍ତିରେ ଟଙ୍କା ମିଳିବ ।

ଏହାର ଲାଭ:

ପଶୁ କିଷାନ କ୍ରେଡିଟ କାର୍ଡ ପାଇଥିବା ବ୍ୟକ୍ତି ଏହାକୁ ବ୍ୟାଙ୍କରେ ଡେବିଟ କାର୍ଡ ଭଳି ବ୍ୟବହାର କରିପାରିବେ ।

ଯୋଜନା ଅନ୍ତର୍ଗତ କ୍ରେଡିଟ କାର୍ଡ ଧାରକ ୧.୬୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ବିନା ସିକ୍ୟୁରିଟିରେ ନେଇପାରିବେ ।

ଗୋପାଳକଙ୍କୁ ସବୁ ବ୍ୟାଙ୍କରୁ ୭ ପ୍ରତିଶତ ବାର୍ଷିକ ସୁଧରେ ଲୋନ ଦିଆଯିବ ସମୟରେ ଲୋନ ସୁଝିଲେ ଏଥିରେ ୩ ପ୍ରତିଶତ ଛାଡ଼ର ମଧ୍ୟ ବ୍ୟବସ୍ଥା ରହିଛି ।

ଯୋଗ୍ୟତା:

ପଶୁଙ୍କ ହେଲ୍ଥ ସାର୍ଟିଫିକେଟ ଥିବା ଦରକାର

ଯେଉଁ ପଶୁଙ୍କ ବୀମା ନାହିଁ କେବଳ ସେହି ପଶୁଙ୍କ ଉପରେ ମିଳିବ ଲୋନ

ଲୋନ ନେବା ପାଇଁ ଆବେଦକଙ୍କ ସିଭିଲ ଠିକ ଥିବା ଦରକାର

ଏହି ଭଳି ମିଳିବ ଲୋନ ରାଶି:

ଗାଇଙ୍କ ପାଇଁ- ୪୦,୭୮୩ ଟଙ୍କା

ମଇଁଷି ପାଇଁ – ୬୦,୨୪୯ ଟଙ୍କା

ଛେଳି କିମ୍ବା ମେଣ୍ଢା ପାଇଁ- ୪.୦୬୩ ଟଙ୍କା

କୁକୁଡ଼ା ପାଳନ ପାଇଁ- ୭୨୦ ଟଙ୍କା

ଏମିତି କରିବାକୁ ହେବ ଆବେଦନ:

ଏହି ଯୋଜନାରେ ଲାଭ ଉଠାଇବା ପାଇଁ ଆବେଦକ ନିକଟସ୍ଥ ବ୍ୟାଙ୍କରେ ଆବେଦନ କରିପାରିବେ ।

ଆବେଦନ ପାଇଁ ସମସ୍ତ ଜରୁରୀ ଡକ୍ୟୁମେଣ୍ଟ ବ୍ୟାଙ୍କରେ ଦେବାକୁ ହେବ ।

ଆପ୍ଲିକେସନ ଫର୍ମରେ ପଚରାଯାଇଥିବା ବିବରଣୀ ଦେବାକୁ ହେବ

ଡକ୍ୟୁମେଣ୍ଟ ଭେରିଫିକେସନ ହୋଇସାରିବା ପରେ ଆପଣଙ୍କୁ ୧ ମାସ ପରେ ପଶୁ କଶା କ୍ରେଡିଟ କାର୍ଡ ଦିଆଯିବ ।

Get real time updates directly on you device, subscribe now.