fbpx

ପୃଥିବୀ ଉପରେ ଖସି ପଡ଼ିବ ‘ସୈତାନ୍’ ଧୂମକେତୁ: ଆସୁଛି ଏଭରେଷ୍ଟରୁ ବଡ଼ ବିପଦ!

ନୂଆଦିଲ୍ଲୀ: ଅନେକ ଥର ପୃଥିବୀକୁ ନେଇ ଅନେକ ଆକଳନ କରିଛନ୍ତି ବୈଜ୍ଞାନିକ । ଅଧିକାଂଶ ଅନୁମାନ ସେମାନଙ୍କର ସତ ମଧ୍ୟ ହୋଇଛି । ତେବେ ବର୍ତ୍ତମାନ ବୈଜ୍ଞାନିକମାନେ କରିଥିବା ସତର୍କବାଣୀକୁ ନେଇ ସାରା ବିଶ୍ୱରେ ଆଲୋଚନା ଆରମ୍ଭ ହୋଇଯାଇଛି । ପୃଥିବୀ ଆଡ଼କୁ ଦ୍ରୁତ ଗତିରେ ଏକ ବିଶାଳକାୟ ଧୂମକେତୁ ମାଡ଼ି ଆସୁଥିବା ନେଇ ଚେତାବନୀ ଦେଇଛନ୍ତି ବୈଜ୍ଞାନିକ । ଏହାର ଆକାର ପ୍ରାୟ ଏଭରେଷ୍ଟରୁ ବି ବଡ଼ ହୋଇଥିବା ଆକଳନ କରାଯାଉଛି । ତେଣୁ ଏହା ପୃଥିବୀ ସହ ଧକ୍କା ହେଲେ ଏହାର ପରିରାମ କ’ଣ ହେବ ସେ ନେଇ ଆଲୋଚନା ହେବାରେ ଲାଗିଛି ।

୧୨ ପି/ପାନ୍ସ-ବ୍ରୁକ୍ସ ନାମକ ଏହି ଉଲକାପିଣ୍ଡ ‘ଡେଭିଲ କମେଟ’ ନାମରେ ନାମିତ ହୋଇଛି । ଏଭରେଷ୍ଟଠାରୁ ମଧ୍ୟ ଏହାର ଆକାର ଅଧିକ ବଡ଼ ହୋଇପାରେ ବୋଲି ଅନୁମାନ କରିଛନ୍ତି ବୈଜ୍ଞାନିକମାନେ । ସେହିପରି ଏହାର ଅର୍ବିଟାଲ ପିରିୟଡ ୭୧ ବର୍ଷ ରହିଥିବା ବେଳେ ଏଥିରେ ପ୍ରତି ୧୫ ଦିନରେ ଏକ ବିଶାଳ ଜ୍ୱାଳାମୁଖୀ ବିସ୍ଫୋଟ ହୋଇଥାଏ । ଏହାଫଳରେ ବରଫ ଏବଂ ଗ୍ୟାସର ଗୋଲାକୃତି ନିର୍ଗତ ହୋଇଥାଏ । ୧୨ପି ନାମକ ଏହି ଧୂମକେତୁ ଜାନ-ଲୁଇ ପନ୍ସ ଏବଂ ୱିଲିୟମ୍ ରୋବର୍ଟ ବ୍ରୁକ୍ସଙ୍କ ଦ୍ୱାରା ୧୮୧୨ ମସିହାରେ ଆବିଷ୍କୃତ ହୋଇଥିଲା । ସେହି ଦିନଠାରୁ ଏହା ଉପରେ ଲଗାତାର ନଜର ରଖାଯାଉଛି । ଡିସେମ୍ବର ୧୫ ରେ ଶେଷ ଥର ପାଇଁ ଡେଭିଲ୍ କମେଟ୍ ବିସ୍ଫୋରଣ ହୋଇଥିବାର ରେକର୍ଡରୁ ଜଣାଯାଇଛି । ଏହାପୂର୍ବରୁ, ଗତ ୬୯ ବର୍ଷ ମଧ୍ୟରେ, ୨୦ ଜୁଲାଇ, ୫ ଅକ୍ଟୋବର ଏବଂ ୩୧ ଅକ୍ଟୋବରରେ ୩ ଥର ବିସ୍ଫୋରଣ ଘଟିଛି। ବର୍ତ୍ତମାନ ପରବର୍ତ୍ତୀ ବିସ୍ଫୋରଣ ୨୦୨୪ ମସିହା ଏପ୍ରିଲ ୨୧ ରେ ହେବାର ସମ୍ଭାବନା ରହିଛି ।

ପ୍ରାୟ ୩୦ କିଲୋମିଟର ଚଉଡା ଏହି ଧୁମକେତୁର କକ୍ଷପଥ ୨୦ ରୁ ୨୦୦ ବର୍ଷ ବୋଲି କୁହାଯାଇଛି । ଏହାର ବିପଜ୍ଜନକ ପ୍ରକୃତି ହେତୁ ଏହାକୁ ‘ସୈତାନ ଧୂମକେତୁ’ ବୋଲି ମଧ୍ୟ କୁହାଯାଏ । ହିଂସାତ୍ମକ ଭାବେ ବରଫ ଏବଂ ଗ୍ୟାସ ମୁକ୍ତ କରିବା ସ୍ଥାନରେ ଏଥିରେ ନିୟମିତ ବିସ୍ଫୋରଣ ହେଉଥିବା ଲକ୍ଷ୍ୟ କରାଯାଇଛି । ଏହା ସୌର ପ୍ରଣାଳୀକୁ ଫେରିବା ପୂର୍ବରୁ ଆସନ୍ତାବର୍ଷ ଏପ୍ରିଲରେ ପୃଥିବୀ ନିକଟ ଦେଇ ଅତିକ୍ରମ କରିବ । ଧୂମକେତୁରେ ଏକ ସୁପର କ୍ରୋଜାଇଜର ରହିଛି, ଯାହା ସେହି ସ୍ଥାନରେ ସ୍ଥାନୀୟ ସୂର୍ୟ୍ୟୋଦୟ ପରେ ଉତ୍ପନ୍ନ ହୁଏ । ତେବେ ଏଭଳି ଏକ ଭୟାନକ ଧୂମକେତୁ ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ବେଳେ ପୃଥିବୀକୁ ନେଇ ଏକ ଅଜଣା ଭୟ ଏବଂ ଆଶଙ୍କା ଦେଖାଦେଇଛି ।

Get real time updates directly on you device, subscribe now.