fbpx
BSKY
BJD MC SKY
BJD MS SKY

ଆଦିବାସୀ ମହିଳାଙ୍କୁ ହତ୍ୟା ଘଟଣା: ଆଜି ଭ୍ରଷ୍ଟାଚାର ବିରୋଧ ସଂଗଠନର ଚନ୍ଦ୍ରପୁର ଗସ୍ତ

ଗୁଣପୁର: ଚନ୍ଦ୍ରପୁରରେ ଆଦିବାସୀ ମହିଳାଙ୍କ ହତ୍ୟା ଘଟଣାକୁ ନେଇ ସାରା ଜିଲ୍ଲାରେ ଅସନ୍ତୋଷ ତେଜୁଥିବାବେଳେ ଶୁକ୍ରବାର ଦିନ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ତଥ୍ୟ ଅନୁସନ୍ଧାନକାରୀ ଦଳ ଚନ୍ଦ୍ରପୁର ଗସ୍ତ କରିଛନ୍ତି । ସେମାନେ ଆଦିବାସୀ ମହିଳାଙ୍କ ହତ୍ୟା ଘଟଣାର ତଥ୍ୟ ଅନୁସନ୍ଧାନ କରିଛନ୍ତି ବୋଲି ସଂଗଠନର ରାଜ୍ୟ ଆବାହକ ତଥା ବରିଷ୍ଠ ଆଇନଜୀବୀ ସୁବ୍ରତ କୁମାର ନନ୍ଦ ଗୁରୁବାର ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।

ଏହି ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଛି । ଗୁରୁବାର ଦିନ ବିଜେପି ପକ୍ଷରୁ ରାୟଗଡ଼ା ବନ୍ଦ ପାଳନ କରାଯାଇଥିବା ବେଳେ ବୁଧବାର ଦିନ କାଶୀପୁରଠାରେ କଂଗ୍ରେସ ପକ୍ଷରୁ ଅନ୍ଦୋଳନ କରାଯାଇଥିଲା । ଶୁକ୍ରବାର ଭ୍ରଷ୍ଟାଚାର ବିରୋଧୀ ସଂଗଠନର ରାଜ୍ୟ ସଂଯୋଜକ ସୁବାସ ପଣ୍ଡାଙ୍କ ନେତୃତ୍ୱରେ ରାଜ୍ୟ ସଂପାଦକ ଶ୍ୟାମସୁନ୍ଦର ପଣ୍ଡା, ଜିଲ୍ଲା ସଂଯୋଜକ ତଥା ଖବରଦାତା ରାଧାକୃଷ୍ଣ ପଟ୍ଟନାୟକ, ଗୁଡାରି ବ୍ଲକ ସଭାପତି ଗୌରୀ ଶଙ୍କର ମିଶ୍ର ପ୍ରମୁଖ ଚନ୍ଦ୍ରପୁର ଗସ୍ତ କରି ତଥ୍ୟ ସଂଗ୍ରହ କରିଛନ୍ତି ବୋଲି ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

ତଥ୍ୟ ଅନୁସନ୍ଧାନକାରୀ ଦଳ ନିକଟରେ ଥିବା ସୁଧାରଗୃହ, ଡାକ୍ତରଖାନା, ସେଠାକାର ଜନସାଧାରଣ ବୁଦ୍ଧିଜିବୀ, ସମାଜସେବୀ ଓ ଗଣ ସଂଗଠନର ଲୋକଙ୍କ ଉପସ୍ଥିତିରେ ତଥ୍ୟ ପ୍ରଦାନ କରିବାକୁ ପ୍ରେସ୍ ବିଜ୍ଞପ୍ତିରେ ନିବେଦନ କରାଯାଇଛି ।

Get real time updates directly on you device, subscribe now.