fbpx

Navratri 2024 Recipes: ନବରାତ୍ରୀରେ ତିଆରି କରନ୍ତୁ ‘ସାବୁଦାନା କ୍ଷୀରୀ’, ବଢ଼ିଆ ସ୍ୱାଦ ସାଙ୍ଗକୁ ସ୍ୱାସ୍ଥ୍ୟପକ୍ଷେ ହିତକର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନବରାତ୍ରୀ ଅବସରରେ ମା’ଙ୍କ ସାନ୍ନିଧ୍ୟ ପାଇବା ପାଇଁ ଅନେକ ଲୋକ ବ୍ରତ, ଉପବାସ ଆଦି ରଖିଥାନ୍ତି । ତେବେ ଏହି ଉପବାସ ସମୟରେ ଭକ୍ତମାନେ ବଢ଼ିଆ ବଢ଼ିଆ ସ୍ୱାଦିଷ୍ଟ ରେସିପି ପ୍ରସ୍ତୁତ କରିପାରିବେ । ସେହି ରେସିପି ମଧ୍ୟରୁ ଗୋଟିଏ ହେଉଛି ‘ସାବୁଦାନା କ୍ଷୀରୀ’ । ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ, ସ୍ୱାସ୍ଥ୍ୟ ପକ୍ଷେ ମଧ୍ୟ ସେତିକି ହିତକର । ଏହି ରେସିପି ପ୍ରସ୍ତୁତ କରିବା ପାଇଁ ୧ କପ ସାବୁଦାନା, ୧ ଲିଟର କ୍ଷୀର, ଦେଢ଼ କପ ଚିନି, ୪ଟି ଇଲାଇଚୀ, କେସର, ଡ୍ରାଏ ଫ୍ରୁଟସର ଆବଶ୍ୟକତା ପଡ଼ିଥାଏ ।

ସାବୁଦାନା କ୍ଷୀରୀ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ୧ କପ ସାବୁଦାନାକୁ ପାଖାପାଖି ୧୫ ମିନିଟ ପାଇଁ ପାଣିରେ ଭିଜାନ୍ତୁ । ସାବୁଦାନାକୁ ଭିଜାଇବା ପରେ ପାଣିର ମାତ୍ରା କମ୍, ଅଧିକ ପ୍ରତି ଧ୍ୟାନ ଦିଅନ୍ତୁ । ଏହାପରେ ପ୍ୟାନର କ୍ଷୀର ନେଇ ସେଥିରେ ଚିନି ପକାଇ ଗରମ କରନ୍ତୁ । ଏହି ସମୟରେ ଇଲାଇଚୀରେ କ୍ଷୀର ପକାନ୍ତୁ । ଏବେ କ୍ଷୀରରେ ସାବୁଦାନା ଓ ଡ୍ରାଏ ଫ୍ରୁଟସ ପକାନ୍ତୁ ଓ ତାକୁ ଭଲରେ ମିଶାଇ ଦିଅନ୍ତୁ । ଏହାର କିଛି ସମୟ ପରେ ୧ କପ ପାଣି ପକାନ୍ତୁ ଓ ସାବୁଦାନା ଫୁଲିବା ପର୍ଯ୍ୟନ୍ତ ତାହାକୁ ଗରମ କରନ୍ତୁ । ଏହାପରେ ଅଳ୍ପ କେସର ଓ ଏକଚତୁର୍ଥଂଶ କପ ଗରମ କ୍ଷୀର ପକାଇ ତାହାକୁ ୧୦ ମିନିଟ୍ ପର୍ଯ୍ୟନ୍ତ ରଖିଦିଅନ୍ତୁ । କ୍ଷୀରରେ କେସରର ରଙ୍ଗ ଆସିବା ପରେ ତ।।କୁ ସାବୁଦାନା କ୍ଷୀର ଥିବା ପ୍ୟାନରେ ମିଶାନ୍ତୁ । କେସର ଥିବା କ୍ଷୀରକୁ କ୍ଷୀରୀ ସହିତ ମିକ୍ସି କରିବା ପାଇଁ ଚାମଚକୁ ଏପଟ ସେପଟ କରନ୍ତୁ । ଏହାପରେ ସାବୁଦାନା କ୍ଷୀରୀ ପ୍ରସ୍ତୁତ ହୋଇଯିବ ।

Get real time updates directly on you device, subscribe now.