fbpx

ମହାଦେବଙ୍କୁ ଦର୍ଶନ କରିବାକୁ ଯାଉଥିଲେ ଶ୍ରଦ୍ଧାଳୁ, ମହୁମାଛି କଲେ ଆକ୍ରମଣ, ୨ ମୃତ

ଚନ୍ଦ୍ରପୁର: ମହାରାଷ୍ଟ୍ରର ଚନ୍ଦ୍ରପୁରରେ ମହୁମାଛି ଆକ୍ରମଣରେ ୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କଥା ସାମ୍ନାକୁ ଆସିଛି । ଏଥିରେ ୪ ଜଣ ଆହତ ହୋଇଛନ୍ତି । ଘଟଣାଟି ନାଗଭୀଡ଼ ତହସିଲ ସ୍ଥିତ ସାତ ଭଉଣୀ ପାହଡର ଅଟେ । ଶନିବାର ଦ୍ୱିପ୍ରହରରେ କିଛି ଭକ୍ତ ସେହି ପାହାଡ ଉପରେ ଥିବା ଶିବ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିଲେ ।

ସେହି ସମୟରେ ଅଚାନକ କିଛି ଭକ୍ତଙ୍କୁ ମହୁମାଛି ଦଳ ଆକ୍ରମଣ କରିଥିଲେ । ଏହି ପାହଡରେ ମହୁମାଛିଙ୍କ ଅନେକ ବସା ରହିଛି । ଏକା ବେଳକେ ମହୁମାଛି ଯେତେବେଳେ ଭକ୍ତ ମାନଙ୍କ ଉପରେ ଅକ୍ରମଣ କରିଥିଲେ ସେତେବେଳେ ଏହାକୁ ଆୟତ୍ତ କରାଯାଇ ପାରିନଥିଲା । ପାହାଡର ରାସ୍ତା ହୋଇଥିବାରୁ ଭକ୍ତମାନେ ଦୌଡିକି କୁଆଡେ ମଧ୍ୟ ଯାଇପାରିନଥିଲେ । ଲୁଚିବା ପାଇଁ ମଧ୍ୟ ତାଙ୍କୁ କୌଣସି ସ୍ଥାନ ମିଳି ନଥିଲା । ମହୁମାଛିର ଏହି ଆକ୍ରମଣରେ ଦୁଇ ଭକ୍ତଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି ।

ଘଟଣାସ୍ଥଳରେ ପୋଲିସ ପହଁଚି ମୃତକଙ୍କ ଶବକୁ ପାହାଡ ତଳକୁ ଆଣିଥିଲେ । ଏହାସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୨ ମୃତକଙ୍କ ବୟସ ୬୦ ବର୍ଷ ବୋଲି କୁହାଯାଉଛି । ସେହିପରି ଓଡିଆର କେନ୍ଦୁଝର ଜିଲ୍ଲାର ୧୦ମ ପରୀକ୍ଷା ଦେବା ପାଇଁ ଯାଉଥିବା ଛାତ୍ରଙ୍କ ଉପରେ ମହୁମାଛି ଆକ୍ରମଣ କରିଥିଲେ । ଯାହାଫଳରେ ପରୀକ୍ଷା ଦେବା ବାଧା ପ୍ରାପ୍ତ ହୋଇଥିଲା ।

Get real time updates directly on you device, subscribe now.