fbpx

Video; କପିଳାସରେ ଏଭଳି ଦୃଶ୍ୟ କେବେ ଦେଖି ନ ଥିଲେ ଭକ୍ତ, ପାଣି ଭାର ଆଣି ପହଞ୍ଚିଲେ କାଉଡ଼ିଆ, ଦୈାଡ଼ି ଆସିଲେ ସାପ

ଢେଙ୍କାନାଳ: (ଓଡ଼ିଶା ଭାସ୍କର) ମନ୍ଦିର ପାହାଚରେ କାଉଁଡ଼ିଆ ମାନେ ପାଦ ଦେଉ ଦେଉ ପାଖକୁ ଦୌଡ଼ି ଆସିଲେ ସାପ । କପିଳାସ ମନ୍ଦିରରେ ଏଭଳି ଦୃଶ୍ୟ କେବେ ଦେଖିବାକୁ ମଳି ନ ଥିଲା । ଏହି ଦୃଶ୍ୟ ଦେଖି ପ୍ରଭୁ ଶିବଙ୍କୁ କାଉଡ଼ିଆ ମାନେ ବଡ଼ ପାଟିରେ ଡ଼ାକିଲେ । ଚଳିତ ବର୍ଷର ପ୍ରଥମ ଶ୍ରାବଣ ସୋମାବରାର । କାଉଁଡ଼ିଆଙ୍କୁ ଯେମିତି ଆଜି ସାକ୍ଷାତ ଦର୍ଶନ ଦେଲେ ଭଗବାନ । ଖାଲି ପାଦରେ ପାଣି ଭାର ଧରି ଚାଲି ଚାଲି ଯାଇ ପହଁଚିଥିଲେ କାଉଡ଼ିଆ । ହେଲେ ଜାଣିନଥିଲେ ମନ୍ଦର ପାହାଚରେ ଏପରି ସାପ ଥିବେ ।

ଶ୍ରାବଣ ମାସରେ କପିଳାସ ପୀଠରେ ହଠାତ୍ ମାଳ ମାଳ ସାପ ସାମ୍ନାକୁ ଆସିଗଲେ । ଯେତେବେଳେ ପାଣି ଭାର ଧରି ପହଁଚିଥିଲେ କାଉଡ଼ିଆମେନେ । ସେତେବେଳେ ଏଭଳି ଘଟଣା ଘଟିଛି । କାଉଡ଼ିଆ ଡ଼ିରିଗଲେ କିନ୍ତୁ କିଏ କହିଲା ଭଗବାନଙ୍କ ଚମତ୍କାର ତ କିଏ କହିଲା ସ୍ନେକ ହେଲ୍ପ ଲାଇନକୁ ଡ଼ାକ ଉଦ୍ଧାର କରିବା ପାଇଁ । ତେବେ କୁହାଯାଏ ଆଗରୁ ଗୋଟିଏବି ସାପ ଏମିତି ଆଗକୁ ଆସୁନଥିଲେ । ହେଲେ ଶ୍ରାବଣ ସୋମବାରେ କାହିଁକି ଏମିତି ପୁଳାପୁଳା ସାପ ଉଠିଆସିଲେ ।

ପାଖା ପାଖି ୬ରୁ ୭ଟି ସାପଙ୍କୁ ଉଦ୍ଧାର କରିଛି ସ୍ନେକ୍ ରେସ୍କ୍ୟୁ ଟିମ୍ । ତେବେ କପିଳାସରେ ଏତେ ସାପ ଦେଖି ଛାନିଆ କାଉଡ଼ିଆ ଭକ୍ତ । କିଛି ସାପଙ୍କୁ ଧରା ଯାଇଥିବା ବେଳେ ଆଉ କିଛି ସାପଙ୍କୁ ଧରି ପାରିନଥିଲେ ସ୍ନେକ୍ ରେସ୍କ୍ୟୁ ଟିମ୍ । ତେବେ ଘଟଣାକୁ ନେଇ ଏହା ପ୍ରଭୁଙ୍କ ଆଶୀର୍ବାଦ ବୋଲି ମନ୍ଦିର ପୂଜକ କହିଥିବା ବେଳେ ମାଳ ମାଳ ସାପ ଥାଇ ମଧ୍ୟ କାହାକୁ ଖ୍ୟତି କରିନଥିବା ଜଣା ପଡ଼ିଛି । ଯାହା ପ୍ରଭୁ ଚନ୍ଦ୍ର ଶେଖରଙ୍କ କୃପା ବୋଲି କୁହା ଯାଉଛି ।

Get real time updates directly on you device, subscribe now.