fbpx

(Video) କଟା ଡ୍ରେସ ପିନ୍ଧିଲେ ଦିଅଁ ଦର୍ଶନ ମନା: ଶ୍ରଦ୍ଧାଳୁଙ୍କ ପୋଷାକ ଉପରେ ଲାଗିଲା କଟକଣା

Advertisement

ପୁରୀ: ଏଣିକି ଶ୍ରୀମନ୍ଦିର ଯିବା ପାଇଁ ଭକ୍ତଙ୍କଙ୍କ ପୋଷାକ ଉପରେ ଲାଗିବାକୁ ଯାଉଛି କଟକଣା । ଅଙ୍ଗ ପ୍ରଦର୍ଶନ କରୁଥିବା ଭଳି କିଛି ଡ୍ରେସ ପିନ୍ଧିଲେ ମନ୍ଦିର ଭିତରକୁ ଯିବାକୁ ଅନୁମତି ମିଳିବ ନାହିଁ । ଶରୀର ସମସ୍ତ ଅଙ୍ଗକୁ ଢାଙ୍କିବା ପରେ ହିଁ ମନ୍ଦିର ଭିତରକୁ ଯାଇପାରିବେ ଶ୍ରଦ୍ଧାଳୁ । ମନ୍ଦିର ପରିସରରେ ପାଶ୍ଚାତ୍ୟ ପୋଷାକ ଉପରେ ଲାଗିପାରେ ବ୍ୟାନ । ଅନେକ ଦିନରୁ ଏ ନେଇ ତର୍ଜମା ଚାଲିଥିବା ବେଳେ ବର୍ତ୍ତମାନ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି । ଶ୍ରୀକ୍ଷେତ୍ରର ପବିତ୍ରତା ଏବଂ ସାଜସଜ୍ଜାକୁ ସମ୍ମାନ ଜଣାଇ ଏଭଳି ଏକ ନିୟମ ଆସିବାକୁ ଯାଉଛି ।

ସୂଚନା ଅନୁସାରେ, ହୋଟେଲକୁ ଯିବାବେଳେ ଷ୍ଟାଇଲିସ ଡ୍ରେସ୍ ପିନ୍ଧିବା ଭଳି ମନ୍ଦିରକୁ ସେହି ଡ୍ରେସରେ ଆସିପାରିବେ ନାହିଁ । ଏବେ ଶ୍ରୀମନ୍ଦିରକୁ ଆସିଲେ ମଧ୍ୟ ଧାର୍ମିକ ପୋଷାକ ପିନ୍ଧି ଆସିବାକୁ ପଡ଼ିବ । କାରଣ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପୋଷାକ ପରିଧାନ ଉପରେ କଟକଣା ଲାଗିବାକୁ ଯାଉଛି । ଯଦି କେହି ପାଶ୍ଚାତ୍ୟ ପୋଷାକକୁ ପରିଧାନ କରୁଛନ୍ତି ତାହେଲେ ସେମାନଙ୍କ ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ ସମ୍ପୂର୍ଣ୍ଣ ମନା । ଯେପର୍ଯ୍ୟନ୍ତ ପୋଷାକରେ ପରିବର୍ତ୍ତନ ନ ହୋଇଛି, ସେପର୍ଯ୍ୟନ୍ତ କେହି ମନ୍ଦିର ଭିତରକୁ ପଶିପାରିବେ ନାହିଁ ବୋଲି ଏକ ନିୟମ ଖୁବଶୀଘ୍ର ଲାଗୁ କରାଯିବ । ଦୀର୍ଘଦିନ ଧରି ଏନେଇ ତର୍ଜମା ଚାଲିଥିବା ବେଳେ ଏହା ଏବେ କାର୍ଯ୍ୟକାରୀ ହେବାକୁ ଯାଉଛି ।

ଚାରିଧାମ ଭିତରୁ ଗୋଟଏ ଧାମ ହେଉଛି ପୁରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର । ଧର୍ମ ଅର୍ଜନ କରିବା ପାଇଁ ମହାପ୍ରଭୁଙ୍କ ପାଖକୁ ପ୍ରତିଦିନ ଆସିଥାନ୍ତି ହଜାର ହଜାର ଭକ୍ତ । ହେଲେ ଯେଉଁ ଭକ୍ତମାନେ ଆସୁଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ଭକ୍ତଙ୍କର ପୋଷାକ ପରିଧାନରେ ଶାଳୀନତା ରହୁ୍ନାହିଁ । ପଶ୍ଚାତ୍ୟ ପୋଷାକ ପରିଧାନ କରି ମନ୍ଦିର ମଧ୍ୟକୁ ପ୍ରବେଶ କରୁଛନ୍ତି ଅନେକ ଭକ୍ତ । ବିଶେଷ କରି ଯୁବବର୍ଗ ଏମିତି ଡ୍ରେସ ପିନ୍ଧୁଛନ୍ତି, ଯେଉଁ ପୋଷାକରେ ବହୁଳ ମାତ୍ରାରେ ଅଙ୍ଗପ୍ରଦର୍ଶନ ହେଉଛି । ଯାହା ବିଲକୁଲ ବି ମନ୍ଦିର ପାଇଁ ଶୋଭା ପାଉନାହିଁ । ଏଭଳି ଭକ୍ତଙ୍କୁ କଠୋର ଭାବରେ ନିନ୍ଦା କରିଛନ୍ତି ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ।

Get real time updates directly on you device, subscribe now.