fbpx

ଡିଜିପିଙ୍କ କନ୍ଧମାଳ ଗସ୍ତ

କନ୍ଧମାଳ,୨୧ ।୬(ଓଡିଶା ଭାସ୍କର): ପୋଲିସ ମହାନିର୍ଦ୍ଦେଶକ ବା ଡିଜିପି ଅଭୟ ଆଜି କନ୍ଧମାଳ ଗସ୍ତ କରିଛନ୍ତି । ଗୋଛାପଡା ଅଞ୍ଚଳରେ ମାଓ ଗତିବିଧିକୁ ଡିଜିପି ସମୀକ୍ଷା କରିଛନ୍ତି । କନ୍ଧମାଳ ଗସ୍ତ ସମୟରେ ଡିଜିପିଙ୍କ ସହ ଏଡିଜେ ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିଆଇଜି ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି ।

ତେବେ ଗତକାଲି ମାଲକାନଗିରି ଗସ୍ତ କରି ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିଥିଲେ ପୋଲିସ ମହାନିର୍ଦ୍ଦେଶକ ଅଭୟ । ଏହାସହ ହନ୍ତାଳଗୁଡ଼ା ବିଏସଏଫ କ୍ୟାମ୍ପ ମଧ୍ୟ ପରିଦର୍ଶନ କରିଥିଲେ ଡିଜିପି । ପରେ ମାଲକାନଗିରିର ପୋଲିସ କାର୍ଯ୍ୟାଳୟଠାରେ ବରିଷ୍ଠ ପୋଲିସ ଅଧିକାରୀ, ବିଏସଏଫର ବରିଷ୍ଠ ଅଧିକାରୀଙ୍କ ସହ ମାଓ ଗତିବିଧିର ସମୀକ୍ଷା ମଧ୍ୟ କରିଥିଲେ । ଏଥିସହିତ ଯୋଡ଼ାମ୍ବଠାରେ ଏକ ନୂତନ ପୋଲିସ ଥାନା ଉଦଘାଟନ କରିଥିଲେ ।

Get real time updates directly on you device, subscribe now.