Breaking: ଧବଳେଶ୍ୱରଙ୍କ ଜମିରେ ନିର୍ମିତ ବେଆଇନ ଘର ଭଙ୍ଗାଯିବ, ଜମି ବିକିଥିବା ଲୋକଙ୍କ ନାଁରେ ହେବ ଏତଲା

କଟକ: ଧବଳେଶ୍ୱର ସରକାରୀ ଜମି ବିକ୍ରି ଘଟଣାରେ କଟକ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି । ଅନେକ ବେଆଇନ ଭାବେ ସେଠାରେ ଘର କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି ।

ସରକାରୀ ଜମି ଚିହ୍ନଟ ସରିଛି । ତହସିଲଦାରଙ୍କ ଜରିଆରେ ନୋଟିସ୍ ହେବ । ନୋଟିସ ପରେ ସେମାନଙ୍କ ଘର ଭଙ୍ଗାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଟଙ୍କା ନେଇ ଜମି ବିକିଥିବା ଲୋକଙ୍କ ନାଁରେ ହେବ ଏତଲା ।

ଜମି ହେରଫେର କରିଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଟାନ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିକ୍ରିୟାରେ କହିଛନ୍ତି । ଏଥିସହ ଆଇନ ସହାୟତାରେ ବିବାଦର ସମାଧାନ କରାଯିବ ବୋଲି ସେ କହିଛନ୍ତି ।