fbpx

ବିପଦରେ ଧାମରା କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର, ଲୁଚିଛପି ପଶି ଆସୁଛନ୍ତି ବାଂଲାଦେଶୀ

ଭଦ୍ରକ: ଧାମରାରେ ଥିବା ଅବଦୁଲ କାଲାମ ପରୀକ୍ଷଣ କେନ୍ଦ୍ର କେତେ ସୁରକ୍ଷିତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାଲେଶ୍ୱର ଆଇଟିଆର ପରେ ଏବେ ଭଦ୍ରକ ଜିଲ୍ଲା ଦେଶର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରେ ସ୍ଥାନୀୟ ଠିକା କର୍ମଚାରୀ ସାଙ୍ଗକୁ ଅବାଧରେ ବାଂଲାଦେଶରୁ ଅନୁପ୍ରବେଶ କରୁଛନ୍ତି ।

ବଙ୍ଗୋପସାଗର ଉପକୂଳ ଦେଇ ବାଂଲାଦେଶୀମାନେ ଅବାଧରେ ଭଦ୍ରକ ଜିଲ୍ଲାର ଉପକୂଳିଆ ଅଞ୍ଚଳମାନଙ୍କରେ ନିଜର ବିସ୍ତାର କରିଚାଲିଥିବା ବେଳେ ବର୍ତ୍ତମାନ ସେମାନଙ୍କୁ ଚିହ୍ନିବାରେ ପ୍ରଶାସନ ବିଫଳ ହୋଇଛି । ଏମାନଙ୍କ ସଂଖ୍ୟା ଧାମରା, କାସିଆ ଜମ୍ବୁ, ବଳାରାମଗଡ଼ି, ବାହାବଳପୁର, ଚୁଡ଼ାମଣୀ, କରଞ୍ଜାଳ, କଇଥଖୋଲା, ତାଳଚୁଆ, ରାଜନଗର ଆଦି ସ୍ଥାନରେ ଅଶାତିତ ଭାବରେ ବଢିଚାଲିଛି । ଏମାନଙ୍କୁ ଚିହ୍ନଟ କରିବା ତ ଦୂର କଥା ଏମାନଙ୍କ ଆଗମନ ସଂପର୍କରେ ପୋଲିସକୁ ସୁରାଖ ମିଳୁନି ।

କୁହାଯାଉଛି ଏମାନଙ୍କୁ ପୋଲିସ, ବିଭିନ୍ନ ରାଜନୈତିକ ଦଳ ଏବଂ ସ୍ଥାନୀୟ ଅଧିବାସୀମାନେ ଆଶ୍ରୟ ଦେଉଛନ୍ତି । ଧାମରା ବନ୍ଦରର ଆଗମନ ପରେ ଏହି ଉପକୂଳିଆ ଅଞ୍ଚଳରେ ଦିନକୁ ଦିନ ଅଚିହ୍ନା ବ୍ୟକ୍ତି ବୁଲାବୁଲି କରୁଥିବାର ଦେଖାଯାଉଛି । ଏମାନଙ୍କ ଲୁଚାଣିଆ ପ୍ରବେଶ ଦ୍ୱାରା ଅବଦୁଲ କାଲାମ ଦ୍ୱୀପ ଓ ଧାମରା ବନ୍ଦର ପ୍ରତି ଅହେତୁକ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି । ତେଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ମୂଳକ କାର୍ଯୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ।

Get real time updates directly on you device, subscribe now.