fbpx

ଧାନବାଦ ଅଗ୍ନିକାଣ୍ଡରେ ମୃତ୍ୟୁ ଘଟିଥିବା ୧୩ ଜଣ ମୃତକଙ୍କ ସମ୍ପର୍କୀୟଙ୍କୁ ମିଳିବ ୨ଲକ୍ଷ ଟଙ୍କା କ୍ଷତିପୂରଣ

ଧାନବାଦ:ଝାଡଖଣ୍ଡର ଧାନବାଦରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏଠାରେ ଏକ ବିଲ୍ଡିଂରେ ନିଆଁ ଲାଗି ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଲୋକଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ପରବର୍ତ୍ତୀ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଦେବେ ବୋଲି ସୂଚନା ଦେଇଥିବା ବେଳେ ଆହତମାନଙ୍କୁ ୫୦,୦୦୦ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଏହି ଆର୍ଥିକ ସହାୟତା ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠି (PMNRF) ରୁ ଦିଆଯିବ।

ସୂଚନାମୁତାବକ ଜାନୁୟାରୀ ୩୧ ତାରିଖ ରାତିରେ ଧାନବାଦ ସହରର ଜୋଡାଫାଟକ ଆର୍ଶୀବାଦ ଟାୱାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। କେହି କିଛି ବୁଝିବା ପୂର୍ବରୁ ନିଆଁ ଏକ ଭୟଙ୍କର ରୂପ ନେଇଥିଲା। ତତକ୍ଷଣାତ୍ ୧୩ ଜଣଙ୍କର ମୃତ୍ୟୁ ହେଇଥିଲା । ମୃତକଙ୍କ ମଧ୍ୟରେ ୭ ଜଣ ମହିଳା ଏବଂ ଶିଶୁ ମଧ୍ୟ ଅଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। ରିଲିଫ ଏବଂ ଉଦ୍ଧାରକାରୀ ଦଳ ଲୋକଙ୍କୁ ନିରନ୍ତର ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଛନ୍ତି। ଘଟଣାସ୍ଥଳରେ ୧୨ ଆମ୍ବୁଲାନ୍ସ ଏବଂ ପାଞ୍ଚଟି ଅଗ୍ନିଶମ ବାହିନୀ ଉପସ୍ଥିତ ଅଛନ୍ତି। ଘଟଣା ସମ୍ପର୍କରେ ସୂଚନା ଆସିବା ମାତ୍ରେ ଏସଏସପି ସଞ୍ଜୀବ କୁମାର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇପାରି ନାହିଁ।

ଏହି ଅଗ୍ନିକାଣ୍ଡ ପରେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି କହିଛନ୍ତି, ଧାନବାଦରେ ଘଟିଥିବା ଅଗ୍ନିକାଣ୍ଡରେ ମୁଁ ଦୁଃଖିତ। ମୁଁ ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛି। PMNRF ରୁ ପ୍ରତ୍ୟେକ ମୃତକଙ୍କ ସମ୍ପର୍କୀୟଙ୍କୁ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ।

Get real time updates directly on you device, subscribe now.