fbpx

ଅନେକ ପଦ ପୂରଣ ପାଇଁ ଧରଣୀଧର ବିଶ୍ୱବିଦ୍ୟାଳୟ ତରଫରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ତରଫରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । କେନ୍ଦୁଝର ଜିଲ୍ଲା ସ୍ଥିତ ଧରଣୀଧର ବିଶ୍ୱବିଦ୍ୟାଳୟରେ ଅନେକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଶ୍ୱବିଦ୍ୟାଳୟରେ ପ୍ରୋଜେକ୍ଟ ଆସିଷ୍ଟ ପଦ ପୂରଣ ହେବ । ଏଥିପାଇଁ ପ୍ରାର୍ଥୀଙ୍କୁ ମାସିକ ୧୨ ହାଜର ଟଙ୍କା ବେତନ ପ୍ରଦାନ କରାଯିବ । ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା କେମିଷ୍ଟ୍ରି / ଆପ୍ଲାଏଡ କେମିଷ୍ଟ୍ରି / କିମ୍ବା ଅନ୍ୟ ଫିଲ୍ଡରେ ଏମ. ଏସସି ରହିଥିବା ଆବଶ୍ୟକ । ପ୍ରାର୍ଥୀଙ୍କୁ ୧୫ ମାସ ପାଇଁ ନିଯୁକ୍ତି ଦିଆଯିବ । ଅକ୍ଟୋବର ମାସ ୩୦ ତାରିଖ ଦ୍ୱିପ୍ରହର ୧୨ଟା ସମୟରେ ଏହି ପଦ ପାଇଁ ସାକ୍ଷାତକାର ନିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ବିଜ୍ଞପ୍ତି ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।
ସେହିପରି ବିଶ୍ୱବିଦ୍ୟାଳୟ ତରଫରୁ ଆସିଛି ଆଉ ଏକ ନିଯୁକ୍ତି ସୁଯୋଗ । ଜିଓଲୋଜି / ଆପ୍ଲାଏଡ ଜିଓଲୋଜି / ୟାର୍ଥ ସାଇନ୍ସ / ଜିଓସାଇନ୍ସରେ ମାଷ୍ଟର ଡିଗ୍ରୀ କରିଥିବା ପ୍ରାର୍ଥୀଙ୍କୁ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ଦିଆଯିବ । ଅକ୍ଟୋବର ୨୫ ତାରିଖରେ ଏଥିପାଇଁ ସାକ୍ଷାତକାର ନିଆଯିବ । ପ୍ରାର୍ଥୀଙ୍କୁ ଏଥିପାଇଁ ମାସିକ ୧୨ ହଜାର ଟଙ୍କା ବେତନ ପ୍ରଦାନ କରାଯିବ । ପ୍ରାର୍ଥୀଙ୍କୁ ଏହି ପଦରେ ଏକ ବର୍ଷ ପାଇଁ ନିଯୁକ୍ତି ଦିଆଯିବ । ସାକ୍ଷାତକାର ପାଇଁ ପ୍ରାର୍ଥୀଙ୍କୁ କୌଣସି ଟିଏ / ଡିଏ ପ୍ରଦାନ କରାଯିବ ନାହିଁ ।

ବିଜ୍ଞପ୍ତି-୧: https://dduniversity.ac.in/wp-content/uploads/2024/09/Walk-In-Interview-for-Project-Assistant-MRIP-23EM-CH-24-SS.pdf

ବିଜ୍ଞପ୍ତି-୨: https://dduniversity.ac.in/wp-content/uploads/2024/09/Advertisement_Project-Assistant_Geology-1.pdf

Get real time updates directly on you device, subscribe now.