fbpx

ଓବିସି, ଏସଇବିସି ସଂରକ୍ଷଣ ନେଇ ନବୀନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

Advertisement

ଭୁବନେଶ୍ୱର, ୩୧ା୧୨ (ଓଡିଶା ଭାସ୍କର): ଅନ୍ୟ ପଛୁଆ ବର୍ଗ (ଓବିସି) ଓ ସାମାଜିକ ଓ ଶିକ୍ଷାଗତ ପଛୁଆ ସମ୍ପ୍ରଦାୟ (ଏସଇବିସି)ଙ୍କୁ ସ୍ଥାନ ସଂରକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଏହି ସଂରକ୍ଷଣ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଲାଗୁ କରିବାକୁ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି । ପୂର୍ବରୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଦୁଇଥର ଚିଠି ମାଧ୍ୟମରେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ପଛୁଆବର୍ଗ କମିଶନ ଗଠନ ହେବା ପରେ ମଧ୍ୟ ସଂରକ୍ଷଣ ଅନୁରୋଧ କାର୍ଯ୍ୟକାରୀ ହୋଇନାହିଁ । ଓବିସି, ଏସଇବିସି ଜନସଂଖ୍ୟା ସପକ୍ଷରେ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି । କେନ୍ଦ୍ର ସରକାର ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ଦେଇଛନ୍ତି । ରାଜ୍ୟ ସରକାର ଏହି ସଂରକ୍ଷଣ କାର୍ଯ୍ୟକାରୀ କଲେ, ରାଜ୍ୟବାସୀ ଉପକୃତ ହୋଇପାରିବେ ବୋଲି ଧର୍ମେନ୍ଦ୍ର ଚିଠିରେ ଲେଖିଛନ୍ତି ।

Get real time updates directly on you device, subscribe now.