fbpx

ସମ୍ବଲପୁର ଲୋକସଭା ଆସନ ଉପରେ ସଭିଙ୍କ ନଜର: ଆଗରେ ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଆରମ୍ଭ ହୋଇଛି ଲୋକସଭା ଓ ୨ ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି । କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ବିଭିନ୍ନ କେନ୍ଦ୍ରରେ ଭୋଟ ଗଣତି ହୋଇଛି । ୭୦ଟି ଭୋଟ ଗଣତି କେନ୍ଦ୍ରରେ ୨.୫ କୋଟି ଭୋଟ ଗଣତି ଚାଲିଛି । ୬୯ଟି କେନ୍ଦ୍ରରେ ଇଭିଏମ୍ ଓ ବାଲାଟ ଏବଂ ଗୋଟିଏ ସେଣ୍ଟରରେ କେବଳ ପୋଷ୍ଟାଲ ବାଲାଟ ଗଣନା କରାଯାଉଛି । ଆଜିର ନିର୍ବାଚନ ଫଳାଫଳ ଉପରେ ସାରା ଦେଶବାସୀଙ୍କ ନଜର ରହିଛି ।

ତେବେ ସଦସ୍ୟ ରିପୋର୍ଟ ମୁତାବକ, ବିଜେପି ୫୦ଟି ବିଧାନସଭା ଆସନରେ ଆଗରେ ରହିଥିବା ବିଜେଡି ୩୫ଟିରେ ଆଗରେ ରହିଛି । କଂଗ୍ରେସ ୭ଟିରେ ଓ ୨ଟି ଆସନରେ ଅନ୍ୟ ପ୍ରାର୍ଥୀ ଆଗରେ ରହିଛନ୍ତି । ସେହିପରି ବିଜେପି ୧୭ଟି ଲୋକସଭା ଆସନରେ ଆଗରେ ରହିଥିବା ବେଳେ ବିଜେଡି ୨ଟିରେ ଆଗରେ ରହିଛି । ଅନ୍ୟପକ୍ଷରେ କଂଗ୍ରେସ ୨ଟି ଆସନରେ ଆଗରେ ରହିଛି । ତେବେ ରାଜ୍ୟର ସବୁଠାରୁ ବେଶି ଚର୍ଚ୍ଚାରେ ରହିଥିବା ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଆଗରେ ରହିଛନ୍ତି । ଏହି ଆସନରୁ ବିଜେଡିରୁ ପ୍ରଣବ ପ୍ରକାଶ ଦାସ ଓ କଂଗ୍ରେସରୁ ନଗେନ୍ଦ୍ର ପ୍ରଧାନ ଲଢ଼ୁଛନ୍ତି । ସେହିପରି ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଆଗରେ ରହିଛନ୍ତି ।

Get real time updates directly on you device, subscribe now.