fbpx

ରାଜ୍ୟରେ ସରକାର କିଏ ଚଳାଉଛନ୍ତି ବୋଲି ପ୍ରଶ୍ନ କରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିଲେ ଟାର୍ଗେଟ । କହିଲେ ଗୃହମନ୍ତ୍ରୀଙ୍କ ପରି ଚୁପ ରହିଛନ୍ତି କାହିିଁକି? ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ବ୍ୟବସ୍ଥାରେ ରହିଛି ବୋଲି କହି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟରେ ସରକାରଙ୍କ କିଏ ଚଳାଉଛନ୍ତି ଏହାକୁ ନେଇ କଡା ସମାଲୋଚନା କରିଛନ୍ତି । ଏହା ସହିତ ମନ୍ତ୍ରୀ ନବଦାସ ହତ୍ୟା ମାମଲାରେ କ୍ରାଇମ ବ୍ରାଞ୍ଚ ଯେଉଁଭଳି ତଦନ୍ତ କରୁଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଏହା ସହିତ ମନ୍ତ୍ରୀଙ୍କ ହତ୍ୟାମାମଲାରେ ସିବିଆଇ ତଦନ୍ତ ପାଇଁ ବିଜେପି ଦାବୀ କରି ଆସୁଛି । ଡିଜିପି ଯେଉଁ ଗପ କହି ଖସି ଯିବାକୁ ବସିଛନ୍ତି ଏହାକୁ ନେଇ ମନ୍ତ୍ରୀ କଡା ସମାଲୋଚନା କରିଛନ୍ତି । ଏହା ସହିତ ଥରେ ନୁହେଁ ବାରମ୍ବାର ଏହି ଭଳି ଘଟଣା ଘଟୁଛି ଯାହା ସୂଚାଇ ଦେଉଛି ଯେ ରାଜ୍ୟରେ ଆଇନ ବ୍ୟବସ୍ଥା କେଉଁ ଦିଗକୁ ଗତି କରୁଛି । ମନ୍ତ୍ରୀ ଆଉ ଅଧିକାରୀଙ୍କ ଉପରେ ଆକ୍ରମଣ ହେଉଛି । ଅପରାଧୀ କିଏ ଜାଣିବା ପାଇଁ ଉଚ୍ଚ ତଦନ୍ତ କାହିଁକି କରାଯାଉ ନାହିଁ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ଏହା ସହିତ ବିଜେପି ଆଗକୁ ଏହାକୁ ନେଇ ଜନଜାଗରଣ ଯାତ୍ରା କରିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସୂଚନାମୁତାବକ ମନ୍ତ୍ରୀ ନବଦାସଙ୍କ ମୃତ୍ୟୁ ମାମଲାଙ୍କୁ ୭ଦିନ ପୁରିଲାଣି କିନ୍ତୁ ଏହି ଘଟଣାର କୌଣସି ତଥ୍ୟ ସାମ୍ନାକୁ ଆସି ପାରୁ ନାହିଁ । ସେ ଜଣେ କ୍ୟାବିନେଟ ମନ୍ତ୍ରୀ ଥିଲେ ତେଣୁ ତାଙ୍କ ମୃତ୍ୟୁକୁ ନେଇ ଯେଉଁ ପ୍ରକାରର ତଦନ୍ତ ହେବା ଆବଶ୍ୟକ ତାହା ବର୍ତ୍ତମାନ ସୁଦ୍ଧା ହେଉ ନାହିଁ ବୋଲି କହି ପୋଲିସ ପ୍ରଶାସନ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସେ ଟାର୍ଗେଟ କରିଛନ୍ତି ।

 

Get real time updates directly on you device, subscribe now.