fbpx

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼଼ିଶାରେ ପିଏମ ସ୍ୱାମୀତ୍ୱ ଯୋଜନାକୁ ତ୍ୱରାନ୍ୱିତ କରିବାକୁ ସେ ଅନୁରୋଧ କରିଛନ୍ତି । ଗାଁର ସବୁଲୋକଙ୍କ ଭୂସମ୍ପତ୍ତିର ମ୍ୟାପିଂ କରିବ ଏହି ପିଏମ ସ୍ୱାମୀତ୍ୱ ଯୋଜନା । ଏହା ଡ୍ରୋନ ମାଧ୍ୟମରେ ଗାଁର ସବୁ ଲୋକଙ୍କ ଭୂସମ୍ପତ୍ତି ମ୍ୟାପିଂ କରିବ । ଯୋଜନାରୁ ମିଳୁଥିବା ଲାଭ ସମ୍ପର୍କରେ ୫ଟି ତଥ୍ୟ ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର ।

ଲୋକ ସମ୍ପତ୍ତିକୁ ବ୍ୟବହାର କି ଋଣ ଓ ଅନ୍ୟାନ୍ୟ ସୁବିଧା ନେଇପାରନ୍ତି । ସଠିକ୍ ସମ୍ପତ୍ତି ଟିକସ ନିର୍ଦ୍ଧାରଣ ଦ୍ୱାରା ରାଜ୍ୟକୋଷକୁ ଲାଭ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ଧର୍ମେନ୍ଦ୍ର ।

Get real time updates directly on you device, subscribe now.