fbpx

ବରୁଣ ଧୱନ, କିଆରା ଆଡଭାନୀ ଓ ନୀତୁ ସିଂଙ୍କୁ କରୋନା, ବନ୍ଦ ହେଲା ସୁଟିଂ!

ମୁମ୍ବାଇ,୪ ।୧୨: ବଲିଉଡ ସିନେମା ‘ଯୁଗ ଯୁଗ ଜିୟୋ’ ସେଟରୁ ଆସିଛି ବଡ ଖବର । ଚଣ୍ଡିଗଡରେ ଏହି ଫିଲ୍ମର ସୁଟିଂ ଚାଲିଥିବା ବେଳେ କିଛି ଳୋକ କରୋନା କବଜାରେ ଆସିଥିବା ସୂଚନା ମିଳିଛି । ଫିଲ୍ମ ସହ ଜଡିତ ସୂତ୍ର ଅନୁସାରେ, ବରୁଣ ଧୱନ, କିଆରା ଆଡଭାନୀ ଓ ନୀତୁ ସିଂ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏହି ତିନି ଅଭିନେତା ଓ ଅଭିନେତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । କେବଳ ସେତିକି ନୁହେଁ ଫିଲ୍ମର ନିର୍ଦ୍ଦେଶକ ରାଜ ମେହଟାଙ୍କ ରିପୋର୍ଟ ମଧ୍ୟ କୋଭିଡ ପଜିଟିଭ ଆସିଛି । ଫଳରେ ଶୁଟିଂକୁ ଅଧାରେ ଅଟକାଇ ଦିଆଯାଇଛି । କିନ୍ତୁ ଏହି ବଲିଉଡ ଷ୍ଟାରମାନ କରୋନା ହୋଇଥିବା ନେଇ ସାର୍ବଜନୀନ ଭାବେ କୌଣସି ସୂଚନା ଦେଇନାହାନ୍ତି ।

ଦୈନିକ ଭାସ୍କରର ସୂଚନା ଅନୁସାରେ, କରୋନା ରିପୋର୍ଟ ପଜିଟିଭ ଆସିବା ମାତ୍ରେ ଫିଲ୍ମ ସୁଟିଂ ବନ୍ଦ କରାଯାଇଛି । ନିକଟରେ ନିତୁ ସିଂହ, ବରୁଣ ଧୱନ, ଅନିଲ କପୁର, କିଆରା ଆଡଭାନୀ ଏବଂ ଏହି ଫିଲ୍ମର ପୁରା ଟିମ ଶୁଟିଂ ପାଇଁ ଚଣ୍ଡିଗଡ ବାହାରିଥିଲେ । ସୁଟିଂକୁ ଯିବା ପୂର୍ବରେ ଏମାନେ ଏକାଠି ଏକ ଫଟୋ ମଧ୍ୟ ସେଆର କରିଥିଲେ । ଦୀର୍ଘ ଦିନର ବିରତି ଏବଂ ଋଷି କପୁରଙ୍କ ଦେହାନ୍ତି ପରେ ଏହି ଫିଲ୍ମ ଜରିଆ ନିତୁ ସିଂ ପ୍ରଥମ କରି ବଡ ପରଦାକୁ ଫେରିଛନ୍ତି । ଶୁକ୍ରବାର ଏମାନେ କରୋନା ପଜିଟିଭ ହୋଇଥିବା ନେଇ ଏକ ମିଡିଆ ରିପୋର୍ଟରୁ ସୂଚନା ମିଳିଛି । ଖୁବଶୀଘ୍ର ଏହି ବିଷୟରେ ସୂଚନା ଆନୁଷ୍ଠାନିକ ଭାବେ ପ୍ରକାଶ ପାଇବ ।

Get real time updates directly on you device, subscribe now.