fbpx

ଇଂଲଣ୍ଡରେ ପହଞ୍ଚିଲେ କ୍ୟାପଟେନ କୁଲ ମାହି: ଆଗକୁ ଏମିତି ରହିଛି ସ୍ପେଶାଲ ପ୍ଲାନ

ନୂଆଦିଲ୍ଲୀ: ଇଣ୍ଡିଆନ କ୍ରିକେଟର କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନୀ ଏବେ ଇଂଲଣ୍ଡରେ ପହଞ୍ଚିଛନ୍ତି । ତେବେ ଏହା ପଛରେ ଏକ ବିରାଟ ରହସ୍ୟ ରହିଥିବା ଜାଣିବାକୁ ମିଳିଛି । ଧୋନୀଙ୍କ ଇଂଲଣ୍ଡ ଯିବାର କାରଣ ଏବଂ ଆଗାମୀ ପ୍ଲାନକୁ ନେଇ ସୂଚନା ଦେଇଛନ୍ତି ପତ୍ନୀ ସାକ୍ଷୀ ଧୋନୀ । ସୋସିଆଲ ମିଡିଆରେ ଧୋନୀଙ୍କର ଏକ ଫଟୋ ଅପଲୋଡ କରି ଧୋନୀ ଲଣ୍ଡନରେ ପହଞ୍ଚିଥିବା କହିଛନ୍ତି । ଏବେ ଧୋନୀ ଏବଂ ପରିବାର ଛୁଟି ମନାଇବାକୁ ଏଠାରେ ପହଞ୍ଚିଛନ୍ତି । ଏହାସହିତ ଏଠାରେ ଏକ ବଡ ପ୍ଲାନ ମଧ୍ୟ କରିଥିବା ଜାଣିବାକୁ ମିଳିଛି ।

ସାକ୍ଷୀଙ୍କ ସୂଚନା ଅନୁସାରେ, ଧୋନୀ ଲଣ୍ଡନରେ ନିଜ ୪୧ତମ ଜନ୍ମ ଜୟନ୍ତୀ ପାଳନ କରିବାକୁ ପ୍ଲାନ କରିଛନ୍ତି । ସେଥିପାଇଁ ପରିବାର ସହ ସେ ଲଣ୍ଡନରେ ପହଞ୍ଚିଥିବା କହିଛନ୍ତି ପତ୍ନୀ ସାକ୍ଷୀ ସିଂହ ଧୋନୀ । ସୋସିଆଲ ମିଡିଆରେ ଧୋନୀଙ୍କ ଫଟୋ ସେୟାର କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସାକ୍ଷୀ । ଆସନ୍ତା ଜୁଲାଇ ୭ ତାରିଖରେ ୪୧ ବର୍ଷରେ ପାଦ ଥାପିବେ ଏମ. ଏସ ଧୋନୀ । ଏହି ଦିନକୁ ମାହିଙ୍କ ପରିବାର ସମେତ କୋଟି କୋଟି ଖେଳପ୍ରେମୀ ଏବଂ ତାଙ୍କ ପ୍ରଶଂସକ ଅପେକ୍ଷା କରିଛନ୍ତି । ସେପଟେ ଭାରତୀୟ ଟିମ ମଧ୍ୟ ଏ;ବ ଇଂଲଣ୍ଡ ଗସ୍ତରେ ରହିଛି । ତେଣୁ ଧୋନୀ ଟିମ ଇଣ୍ଡିଆର ସଦସ୍ୟ ମାନଙ୍କ ସହ ମଧ୍ୟ ଜନ୍ମଦିନ ପାଳନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ବିଦାୟ ନେଇ ସାରିଥିବା ଧୋନୀ ଏବେ କେବଳ ଆଇପିଏଲରେ ଖେଳୁଛନ୍ତି । ତେବେ ଆଇପିଏଲ ୨୦୨୨ ସିଜନ ପରେ କିଛି ବିଜ୍ଞାପନ କରୁଥିବାର ନଜର ଆସିଥିଲେ ମାହି । ତେବେ କିଛି ଦିନ ତଳେ ଧୋନୀଙ୍କ ଆଣ୍ଠୁରେ ଆଘାତ ଲାଗିଥିବାରୁ ସେ ଗଣେ ବୈଦ୍ୟଙ୍କ ପାଖରେ ନିଜ ଚିକିତ୍ସା କରାଉଥିବା ଖବର ଭାଇରାଲ ହୋଇଥିଲା ।

Get real time updates directly on you device, subscribe now.