fbpx

(Video) ‘ଅବସର ଘୋଷଣା ପାଇଁ ଏହା ଉଚିତ୍ ସମୟ…’ ଫାଇନାଲ ଜିତିବା ପରେ ଏମିତି କାହିଁକି କହିଲେ?

Advertisement

ନୂଆଦିଲ୍ଲୀ: ଗୁଜୁରାଟ ଟାଇଟନ୍ସକୁ ୫ ୱିକେଟରେ ମାତ୍ ଦେଇ ପଞ୍ଚମ ଥର ପାଇଁ ଚମ୍ପିଆନର ମୁକୁଟ ପିନ୍ଧିଛି ଚେନ୍ନାଇ ସୁପର କିଙ୍ଗସ । କ୍ୟାପଟେନ କୁଲ ଏମ.ଏସ ଧୋନୀଙ୍କ ନେତୃତ୍ୱରେ ପଞ୍ଚମ ଥର ଆଇପିଏଲ ଟ୍ରଫି ହାତେଇଛି ୟେଲୋ ଆର୍ମି । ତେବେ ସିଜନ ଆରମ୍ଭରୁ ଏହା ଧୋନୀଙ୍କର ଶେଷ ଆଇପିଏଲ ବୋଲି ଚର୍ଚ୍ଚା ଜୋର ଧରିଥିଲା । ତେବେ ଆଇପିଏଲ ସିଜନ ସରି ଯାଇଥିବା ବେଳେ ଧୋନୀ ନିଜ ଅବସରକୁ ନେଇ ଏକ ବଡ ଘୋଷଣା କରିଛନ୍ତି । ଆଇପିଏଲ ଫାଇନାଲ ମ୍ୟାଚରେ ଗୁଜୁରାଟକୁ ପରାସ୍ତ କରିବା ପରେ କ୍ୟାପଟେନ କୁଲ ମାହି ନିଜ ଫ୍ୟୁଚର ପ୍ଲାନ ବିଷୟରେ ଫ୍ୟାନ୍ସମାନଙ୍କୁ ସୂଚନା ଦେଇଛନ୍ତି ।

ଚେନ୍ନାଇର ପଞ୍ଚମ ଟାଇଟଲ ବିଜୟ ପରେ କମେଣ୍ଟ୍ରେଟର ହର୍ଷ ଭୋଗଲେ କ୍ୟାପଟେନ କୁଲ ଧୋନୀଙ୍କୁ ତାଙ୍କର ଫ୍ୟୁଚର ପ୍ଲାନ ବିଷୟରେ ପଚାରିଥିଲେ । ଏହାର ଉତ୍ତରରେ ନିଜ ଲକ୍ଷ୍ୟକୁ ନେଇ ସ୍ପଷ୍ଟ କରିଛନ୍ତି ଏମ.ଏସ ଧୋନୀ । ହର୍ଷଙ୍କ ପ୍ରଶ୍ନରେ ସେ କହିଛନ୍ତି ଯେ, ଅବସର ଘୋଷଣା କରିବା ପାଇଁ ଏହା ମୋ ପାଇଁ ଉଚିତ୍ ଏବଂ ସର୍ବଶ୍ରେଷ୍ଠ ସମୟ, କିନ୍ତୁ ଏହି ସିଜନରେ ସବୁ ଜାଗାକୁ ଯିବା ସମୟରେ ମୋତେ ଯେଉଁ ଭଲପାଇବା ମିଳିଛି, ଏଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ଥ୍ୟାଙ୍କ ୟୁ ଭେରୀ ମଚ୍ କହି କ୍ରିକେଟରୁ ବିଦାୟ ନେଇଯିବା ମୋ ପାଇଁ ବହୁତ ସହଜ କଥା । କିନ୍ତୁ ପୁଣି ୯ ମାସ ପର୍ଯ୍ୟନ୍ତ ପରିଶ୍ରମ କରି ପୁଣିଥରେ ଖେଳିବା ମୋ ପାଇଁ କଷ୍ଟକର ନିଶ୍ଚିତ । ଏହାବ୍ୟତୀତ ଶରୀର ମଧ୍ୟ ଫିଟ୍ ରହିବା ଆବଶ୍ୟକ । ତଥାପି ମୁଁ ଫ୍ୟାନ୍ସମାନଙ୍କୁ ଏବଂ ମୋତେ ଭଲ ପାଉଥିବା ଦର୍ଶକ ମାନଙ୍କ ପାଇଁ କିଛି କରିବାକୁ ଚାହୁଁଛି । ତେଣୁ ଆଇପିଏଲରେ ଆଉ ଗୋଟିଏ ସିଜନ ଖେଳିବାକୁ ଚାହୁଁଛି ବୋଲି କହିଛନ୍ତି କ୍ୟାପଟେନ କୁଲ ମାହି ।

ଏହାପରେ ଧୋନୀ କହିଥିଲେ ଯେ ଏହାର ନିଷ୍ପତ୍ତି ନେବା ପାଇଁ ତାଙ୍କ ପାଖରେ ଏବେ ୬-୭ ମାସ ସମୟ ରହିଛି । ତେବେ ସେହି ଫ୍ୟାନ୍ସମାନଙ୍କ ପାଇଁ ଯେତେ ସମ୍ଭବ ମ୍ୟାଚ ଖେଳିବେ ବୋଲି ଘୋଷଣା କରିଛନ୍ତି ଏମ.ଏସ ଧୋନୀ । ଫ୍ୟାନ୍ସମାନଙ୍କ ସମର୍ଥନ ଧୋନୀଙ୍କୁ ଏହି ମ୍ୟାଚରେ ଇମୋସନାଲ କରି ଦେଇଥିବା ଦେଖିବାକୁ ମିଳିଥିଲା । ପ୍ରତି ମୁହୂର୍ତ୍ତରେ ନିଜ ଇମୋସନ ଏବଂ ଭାବନାକୁ ଲୁଚାଇ ରଖିଥିବା କ୍ୟାପଟେନ କୁଲ ମାହିଙ୍କ ଆଫିରେ ଗତ କାଲି ଲୁହ ଦେଖା ଯାଇଥିଲା । ଜାଡେଜାଙ୍କ ୱିନିଙ୍ଗ ଶଟ୍ ପରେ ଧୋନୀ ତାଙ୍କୁ କୋଳେଇ ନେଇଥିଲେ, ଏହି ସମୟରେ ମାହି କାନ୍ଦିଥିବାର ଭିଡିଓ ଭାଇରାଲ ଭାଇରାଲ ହେଉଛି ।

Get real time updates directly on you device, subscribe now.