fbpx

ରାଜନୀତିରେ ଯୋଗ ଦେବେ ଧୋନୀ ! ବରିଷ୍ଠ ବିଜେପି ନେତାଙ୍କ ସହ ଫଟୋ ଭାଇରାଲ

ରାଞ୍ଚି: ଦେଶର ବିଭିନ୍ନ ସ୍ଥାନରେ ରାଜନୈତିକ ଉଷ୍ମତା ଦେଖାଦେଇଥିବା ବେଳେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଫଟୋକୁ ନେଇ ବିଭିନ୍ନ ସୋଶିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି । ନିକଟରେ ଧୋନୀଙ୍କୁ କିଛି ବିଜେପି ନେତାଙ୍କ ଗହଣରେ ଦେଖିବାକୁ ମିଳିଥିଲା । ସେ ରାଜନୀତିରେ ଯୋଗ ଦେବା ନେଇ କଳ୍ପନାଜଳ୍ପନା ଲାଗି ରହିଛି ।

ନିକଟରେ ରାଞ୍ଚି ଗସ୍ତ ସମୟରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସ୍ୱାଗତ କରିବା ପାଇଁ ବିମାନ ବନ୍ଦରରେ ଅନେକ ବିଜେପି ନେତା ଉପସ୍ଥିତ ଥିଲେ । ସଂଯୋଗ ବଶତଃ ଧୋନୀ ମଧ୍ୟ ବିମାନ ବନ୍ଦରରେ ଉପସ୍ଥିତ ଥିଲେ । ସେଠାରେ ଉପସ୍ଥିତ ପ୍ରଦେଶ ବିଜେପିର ପୂର୍ବତନ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଦୀପକ ପ୍ରକାଶ, ରାଞ୍ଚି ବିଧାୟକ ସିପି ସିଂ ଏବଂ କାଂକେ ବିଧାୟକ ସମରି ଲାଲ ଧୋନୀଙ୍କ ସହ ସାକ୍ଷାତ କରିବା ସହ ଫଟୋ ମଧ୍ୟ ଉଠାଇଥିଲେ ।

ତେବେ ଏହି ଫଟୋକୁ ନେଇ ଅନେକ ମହଲରୁ ଧୋନୀ ରାଜନୀତିରେ ଯୋଗ ଦେବା ନେଇ ଆକଳନ କରାଯାଉଛିି । ବର୍ତ୍ତମାନ ଏହି ଫଟୋକୁ ନେଇ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । କହିରଖୁଛୁ ଧୋନୀ ଭାରତୀୟ କ୍ରିକେଟ ଦଳରୁ ସନ୍ୟାସ ନେବା ପରେ ରାଜନୀତିରେ ଯୋଗ ଦେବା ପାଇଁ ପ୍ରଥମ ଅଫର ବିଜେପି ଦେଇଥିଲା । ସେହି ସମୟରେ ବିଜେପି ନେତା ସାଂସଦ ସଞ୍ଜୟ ସେଠ କହିଥିଲେ ଧୋନୀଙ୍କ ଇଚ୍ଛା ଉପରେ ସବୁ ନିର୍ଭର କରୁଛି । ଧୋନୀଙ୍କ ରାଜନୀତିରେ ପ୍ରବେଶକୁ ହେଉଥିବା ଚର୍ଚ୍ଚାକୁ କଂଗ୍ରେସ ମଧ୍ୟ ସେତେବେଳେ ସ୍ୱାଗତ କରିଥିଲା । ‘ଯଦି ଧୋନୀ ରାଜନୀତିରେ ପ୍ରବେଶ କରନ୍ତି ତେବେ ତାଙ୍କୁ ସ୍ୱାଗତ କରାଯିବ । ସେ ଯୁବବର୍ଗଙ୍କ ପାଇଁ ରୋଲ ମଡ଼େଲ । ତେଣୁ ଯୁବକଙ୍କୁ ଦୃଷ୍ଟିରେ ରଖି ତାଙ୍କୁ ରାଜନୀତି କରିବାକୁ ପଡ଼ିବ’ ବୋଲି କହିଥିଲେ କଂଗ୍ରେସ ନେତା ରାଜେଶ ଠାକୁର ।

Get real time updates directly on you device, subscribe now.