fbpx

ଡାଏବେଟିସ୍‌ ରୋଗୀ ବି ଖାଇପାରିବେ ମିଠା! ଜାଣନ୍ତୁ କେମିତି?

ମିଠା ଜାତୀୟ ଖାଦ୍ୟ ପାଟିକୁ ସ୍ୱାଦିଷ୍ଟ ଲାଗିପାରେ କିନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଏ। ଅତ୍ୟଧିକ ମିଠାଜାତୀୟ ଖାଇବା ଫଳରେ ଆପଣଙ୍କ ଶରୀରର ଓଜନକୁ ବୃଦ୍ଧି କରାଏ ଏବଂ ମୋଟାପଣର ଆଶଙ୍କା ସୃଷ୍ଟି କରିଥାଏ। ଖାସ୍‌କରି ଡାଏବେଟିସ୍‌ ରୋଗୀଙ୍କୁ ମିଠା ନଖାଇବାକୁ ପରାମର୍ଶ ଦିଆଯାଇଥାଏ

ଫଳରେ ତିଆରି ଆଇସକ୍ରିମ

୧କପ୍‌ ଦହିରେ ଅଳ୍ପ ଚିନି ବା ଗୁଡ଼ ଓ ବିଭିନ୍ନ ପ୍ରକାରର ଫଳକୁ କାଟି ପକାନ୍ତୁ। ଏଥିରେ ଚକୋଲେଟ ସିରପ ପକାନ୍ତୁ। ବର୍ତ୍ତମାନ ଏହି ମିଶ୍ରଣକୁ କିଛି ସମୟ ଫ୍ରିଜରେ ରଖନ୍ତୁ। ଫ୍ରିଜରୁ କାଢ଼ି କିଛି ସମୟ ପରେ ଖାଆନ୍ତୁ। ବିଭିନ୍ନ ପ୍ରକାରର ଫଳ ଏବଂ ଦହି ହେତୁ ଏହା ଶରୀରକୁ ଉପଯୁକ୍ତ ଭିଟାମିନ ପ୍ରଦାନ କରିବା ସହ ପେଟକୁ ଥଣ୍ଡା ରଖିଥାଏ। ଏହି ଆଇସକ୍ରିମ ଖାଇବା ଫଳରେ ଏସିଡିଟି ଏବଂ ବଦ୍‌ହଜମି ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ। ମଧୁମେହ ରୋଗୀମାନେ ଏହି ଆଇସକ୍ରିମ ଖାଇପାରିବେ।

ସେଓ ଓ କିସ୍‌ମିସ୍‌ରେ ପ୍ରସ୍ତୁତ ମିଠା ଖାଦ୍ୟ

ମଧୁମେହରେ ଶିକାର ବ୍ୟକ୍ତି ସେଓ ଓ କିସମିସରେ ପ୍ରସ୍ତୁତ ମିଠା ଜାତୀୟ ଖାଦ୍ୟ ଖାଇପାରିବେ। ପ୍ରଥମେ ଏକ ସେଓର ଚୋପା ଛଡ଼ାଇ ଏହାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ ଓ ଏହା ମଝିରେ କିସ୍‌ମିସ୍‌ ଭର୍ତ୍ତି କରି ଦିଅନ୍ତୁ। ଏହା ଉପରେ ଅଳ୍ପ ଗୁଜୁରାତି ଗୁଣ୍ଡ ଏବଂ ଦହି ପକାଇ ଏହାକୁ କିଛି ସମୟ ମାଇକ୍ରୋ ଓଭନରେ ରଖି ଦିଅନ୍ତୁ। କିଛି ସମୟ ପରେ କାଢ଼ି ଏହି ସ୍ୱାଦିଷ୍ଟ ମିଠାଦ୍ରବ୍ୟକୁ ଖାଆନ୍ତୁ।

ବାଦାମ ଓ ଖଜୁରୀରେ ପ୍ରସ୍ତୁତ ମିଠା ଖାଦ୍ୟ

୮ଟି ବାଦାମ ମଞ୍ଜି, ବିନା ମଞ୍ଜିର ୪ଟି ଖଜୁରୀ ଓ ୧ କପ ଦହି, ୧ ଚାମଚ ମହୁକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ କିଛି ସମୟ ଫ୍ରିଜରେ ରଖି ଦିଅନ୍ତୁ। କିଛି ସମୟ ରଖିବା ପରେ ଏହାକୁ ଖାଆନ୍ତୁ। ଦ୍ୱିପହର ଖାଦ୍ୟ ଖାଇବା ପରେ ଆପଣ ଏହାକୁ ଖାଇପାରିବେ। ଏହା ଶରୀରକୁ ଶକ୍ତି ପ୍ରଦାନ କରିବା ସହ ଖାଦ୍ୟକୁ ଭଲ ଭାବେ ହଜମ କରିଥାଏ।

Get real time updates directly on you device, subscribe now.