fbpx

ଡାଇବେଟିସ ରୋଗୀମାନେ ଭୁଲରେ ଖାଆନ୍ତୁନି ଏସବୁ ଡାଲି

ଖରାପ ଜୀବନଶୈଳୀ ଏବଂ ଖାଦ୍ୟାଭ୍ୟାସ କାରଣରୁ ଅଧିକାଂଶ ଲୋକ ଏବେ ମଧୁମେହ ବା ଡାଇବେଟିସରେ ପୀଡିତ । କହିବାକୁ ଗଲେ ବର୍ତ୍ତମାନ ସମୟରେ ଘରେ ଘରେ ଡାଇବେଟିସ ରୋଗୀ । ଏହି ରୋଗ ଏକ ଗମ୍ଭୀର ସମସ୍ୟାନ ହେଲେ ବି ଅନ୍ୟାନ୍ୟ ରୋଗର କାରଣ ପାଲଟିଥାଏ । ଧୁମେହ ପ୍ରଭାବରୁ ମୁକ୍ତି ପାଇବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନୁହେଁ, ବରଂ ଖାଦ୍ୟରେ କଟକଣା ଜରୁରୀ । ଖାଦ୍ୟରେ କଟକଣା ଆଣିପାରିଲେ ରକ୍ତରେ ଶର୍କାର ସ୍ଥର ହ୍ରାସପାଏ । ଏଥିପାଇଁ ଏହି ରୋଗୀମାନଙ୍କୁ ଡାକ୍ତରମାନେ ଖାଦ୍ୟରେ ଅନେକ କଟକଣା ରଖିବାକୁ ପରାମର୍ଶ ଦିଅନ୍ତି । ପନିପରିବାଠୁ ନେଇ ଫଳମୂଳ ପର୍ଯ୍ୟନ୍ତ ବହୁତ କିଛି ଖାଇବାକୁ ବାରଣ ହୋଇଥାଏ । ତେବେ ଏସବୁ ମଧ୍ୟରେ ମଧୁମେହ ରୋଗୀମାନେ କେଉଁ ଡାଲି ଖାଇବେ ଏବଂ ନ ଖାଇବେ, ଜାଣନ୍ତୁ ..

ମଧୁମେହରେ କେଉଁ ଡାଲିରୁ ଦୂରେଇ ରହିବା ଉଚିତ୍?

ମଧୁମେହ ରୋଗୀମାନେ ବିରି ଡାଲି ବଦଳରେ ମଶୁର, ମୁଗ ଏବଂ ଚଣା ଡାଲି ଖାଇପାରିବେ । ଏହା ସେମାନଙ୍କ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ମଶୁର ଡାଲିରେ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍ ଥାଏ । ଏହା ବ୍ୟତୀତ ଏଥିରେ ଲୌହ, ଫୋଲେଟ୍, ଜିଙ୍କ୍ ଏବଂ ଅନେକ ଭିଟାମିନ୍ମି ଳିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ।

ମଧୁମେହକୁ ନିୟନ୍ତ୍ରଣ କରିବା ପାଇଁ ଟିପ୍ସ
ମଧୁମେହକୁ ନିୟନ୍ତ୍ରଣରେ ରଖିବାର ସର୍ବୋତ୍ତମ ଉପାୟ ହେଉଛିଖାଦ୍ୟରେ କଟକଣା । ଖାଇବା ଅଭ୍ୟାସରେ ଉନ୍ନତି ପାଇଁ ଧ୍ୟାନ ଦେବା ଉଚିତ୍ । ଡାକ୍ତରଙ୍କ ପରାମର୍ଶଦିତ ଖାଦ୍ୟ ବ୍ୟତୀତ ବ୍ୟାୟାମ ଏବଂ ଶାରୀରିକ କାର୍ଯ୍ୟକଳାପ ନିୟମିତ କରିବା ଦ୍ୱାରା ମଧୁମେହ ନିୟନ୍ତ୍ରଣରେ ରହିଥାଏ । ଫଳରେ ଜଣେ ବ୍ୟକ୍ତି ସାଧାରଣ ଜୀବନଯାପନ କରିବାକୁ ସମର୍ଥ ହୋଇପାରିବ ।

Get real time updates directly on you device, subscribe now.