fbpx

ଦିବ୍ୟାଙ୍ଗଙ୍କୁ ଛୁରୀ ମାରି ହତ୍ୟା କଲେ ନାବାଳିକା, ରାସ୍ତାରେ ସାଇଡ୍ ନଦେବାରୁ ରାଗରେ କଲେ ଏମିତି

Advertisement

ଅନେକ ସମୟରେ ରାସ୍ତାରେ ଗାଡ଼ି ଚଳାଇବାକୁ ନେଇ ଗଣ୍ଡଗୋଳ ଦେଖିବାକୁ ମିଳିଥାଏ । ଅନେକ ସମୟରେ ଦୁର୍ଘଟଣା ଯୋଗୁଁ ରାସ୍ତା ଉପରେ ଛିଡ଼ା ହୋଇ ଗଣ୍ଡଗୋଳ ମଧ୍ୟ କରିଥାନ୍ତି ଗାଡ଼ିଚାଳକ । କିନ୍ତୁ ବର୍ତ୍ତମାନ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ରାସ୍ତାରେ ଗାଡ଼ିକୁ ସାଇଡ୍ ଦେବାକୁ ନେଇ ଜଣେ ୧୬ ବର୍ଷୀୟ ନାବାଳିକା ଜଣେ ଦିବ୍ୟାଙ୍ଗଙ୍କୁ ଛୁରୀ ମାରି ହତ୍ୟା କରିଛନ୍ତି ।

ସୂଚନାଅନୂଯାୟୀ, ଛତିଶଗଡ଼ର ରାଜଧାନୀ ରାୟପୁରରେ ରବିବାର ଅଭିଯୁକ୍ତ ନାବାଳିକା କଙ୍କାଳୀ ପାରା ଅଞ୍ଚଳରେ ନିଜ ମା’ଙ୍କ ସହ ସ୍କୁଟିରେ ଯାଉଥିଲେ । ପୀଡ଼ିତ ଦିବ୍ୟାଙ୍ଗ ସୁଦାମା ନିଜ ସାଇକେଲରେ ଯାଉଥିଲେ । ନାବାଳିକା ସାଇଡ୍ ଦେବା ପାଇଁ ହର୍ଣ୍ଣ ବଜାଇଥିଲେ କିନ୍ତୁ ଦିବ୍ୟାଙ୍ଗ ହୋଇଥିବା କାରଣରୁ ତାଙ୍କୁ ହର୍ଣ୍ଣ ଶୁଭିନଥିଲା । ଏହି କଥାକୁ ନେଇ ନାବାଳିକା ଜଣକ ଏତେ ରାଗିଯାଇଥିଲେ, ଯେ ଛୁରୀ ମାରି ଦିବ୍ୟାଙ୍ଗଙ୍କ ହତ୍ୟା କରିଥିଲେ ।

ଅତିରିକ୍ତ ପୋଲିସ ଅଧୀକ୍ଷକ ଡିସି ପଟେଲ କହିଛନ୍ତି ଯେ ଏହି ଘଟଣା ଆଜାଦ ଚୌକ ପୋଲିସ ଥାନା ଅଞ୍ଚଳରେ ଘଟିଛି । ପୋଲିସ ଅଧିକାରୀ କହିଛନ୍ତି ଯୁବତୀ ଜଣକ ଛୁରୀରେ ଦିବ୍ୟାଙ୍ଗଙ୍କ ବେକକୁ ଆକ୍ରମଣ କରିଥିଲେ ଫଳରେ ତାଙ୍କ ମୃତ୍ୟୁ ହୋଇଥିଲା । ଡିସି ପଟେଲ କହିଛନ୍ତି ଯେ ନାବାଳିକାଙ୍କୁ ହେପାଜତରେ ନିଆଯାଇଛି । ତାଙ୍କ ଠାରୁ ଛୁରୀ ମଧ୍ୟ ଜବତ ହୋଇଛି । ଏହି ସୂଚନା ପୋଲିସ ତରଫରୁ ଦିଆଯାଇଛି । ସୋମବାର ନାବାଳିକାଙ୍କୁ ବିଚାରପତିଙ୍କ ସାମ୍ନାରେ ହାଜର କରାଯିବ । ସେପଟେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ରାସ୍ତାରେ ସାଇଡ ନଦେବାରୁ ଜଣେ ୧୬ ବର୍ଷର ନାବାଳିକା ଏଭଳି ରାଗିଯାଇ ଜଣେ ଦିବ୍ୟାଙ୍ଗଙ୍କୁ ହତ୍ୟା କରିଦେଇଥିଲେ ।

Get real time updates directly on you device, subscribe now.