fbpx

ଜେଇଇ(ମେନ୍) ସେସନ-୧ ପରୀକ୍ଷାରେ ଦିବ୍ୟାଂଶୁ ମାଲୁ ଓଡ଼ିଶା ଟପ୍ପର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ (ମେନ୍) ସେସନ୍-୧ରେଜଲ୍ଟ ଆଜି ପ୍ରକାଶ ପାଇଛି । ଜୁନ୍ ୨୩ରୁ ୨୯ ପର୍ଯ୍ୟନ୍ତ ହୋଇଥିବା ପରୀକ୍ଷାର ରେଜଲ୍ଟ ଆଜି ପ୍ରକାଶ ପାଇଛି । ଜେଇଇ(ମେନ୍) ସେସନ-୧ ପରୀକ୍ଷାରେ ଦିବ୍ୟାଂଶୁ ମାଲୁ ଓଡ଼ିଶା ଟପ୍ପର ହୋଇଛନ୍ତି । ୯୯.୯୮୯୧୫୪୫ ଏନଟିଏ ସ୍କୋର କରି ଦିବ୍ୟାଂଶୁ ମାଲୁ ଓଡ଼ିଶା ଟପ୍ପର ହୋଇଥିବା ଜଣାପଡିଛି । ୧୦୦ ଏନଟିଏ ସ୍କୋର ତାଲିକାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଦେଶର ୧୪ ପରୀକ୍ଷାର୍ଥୀ ।

ତେବେ ଦ୍ୱିତୀୟ ସେସନ୍ ପରୀକ୍ଷା ରେଜଲ୍ଟ ପରେ ରାଙ୍କିଂ ପ୍ରକାଶ ପାଇବ । ରେଜଲ୍ଟ jeemain.nta.nic.in ୱେବସାଇଟରେ ଉପଲବ୍ଧ ହୋଇଛି । ପରୀକ୍ଷାର୍ଥୀମାନେ ଏହି ୱେବସାଇଟକୁ ଯାଇ ନିଜ ପରୀକ୍ଷାଫଳ ଦେଖିପାରିବେ । ଏଥର ପ୍ରାୟ ୧୦ ଲକ୍ଷ ପରୀକ୍ଷାର୍ଥୀ ସେସନ-୧ ପରୀକ୍ଷା ଦେଇଥିଲେ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଜୁନ୍ ଏବଂ ଜୁଲାଇରେ ଜେଇଇ ମେନ୍ ପରୀକ୍ଷା କରାଯାଇଛି। ତେବେ ଛାତ୍ରଛାତ୍ରୀମାନେ ଉଭୟ ପରୀକ୍ଷା ଦେଇପାରିବେ। ଫାଇନାଲ୍ ମେରିଟ୍ ଲିଷ୍ଟ ପାଇଁ ସର୍ବାଧିକ ମାର୍କକୁ ବିଚାରକୁ ନିଆଯିବ।

Get real time updates directly on you device, subscribe now.