fbpx

କ’ଣ ନିଟ୍ ପ୍ରଶ୍ନପତ୍ର ଘୋଷାଇଥିଲେ ସଲଭର ଗ୍ୟାଙ୍ଗ୍? ୯ ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରିବ EOU

AAKASH

ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ମାମଲାରେ ପାଟନା ‘ଅର୍ଥନୈତିକ ଅପରାଧ ୟୁନିଟ୍’ (ଇଓୟୁ) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୯ ଜଣ ପରୀକ୍ଷାର୍ଥୀଙ୍କୁ ପଠାଇଛି । ପେପର ଲିକ୍ ମାମଲାର ତଦନ୍ତ କରୁଥିବା ଇଓୟୁ ସମସ୍ତ ପରୀକ୍ଷାର୍ଥୀଙ୍କୁ ସେମାନଙ୍କ ଅଭିଭାବକଙ୍କ ସହ ପଚରାଉଚରା ପାଇଁ କାର୍ଯ୍ୟାଳୟକୁ ଡକାଇଛି। ନୋଟିସ୍ ପଠାଯାଇଥିବା ପରୀକ୍ଷାର୍ଥୀମାନେ ମେ’ ୫ତାରିଖରେ ଅନୁଷ୍ଠିତ ନିଟ୍ ପରୀକ୍ଷା ଦେଇଥିଲେ। ଏମାନେ ସମସ୍ତେ ବିହାରର ବିଭିନ୍ନ ଜିଲ୍ଲାର ବାସିନ୍ଦା। ନିଟ୍ ପ୍ରଶ୍ନପତ୍ର ଲିକ୍ କୁ ନେଇ ସାରା ଦେଶରେ ଅସନ୍ତୋଷ ଦେଖାଦେଇଛି।

ବର୍ତ୍ତମାନ ସୁଦ୍ଧା ପୁଲିସର ତଦନ୍ତରେ ଏହି ଗ୍ୟାଙ୍ଗ୧୩ ଜଣ ପ୍ରାର୍ଥୀଙ୍କ ରୋଲ୍ କୋଡ୍ ପାଇଥିଲା। ପେପର ଲିକ୍ ସମୟରେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ପୁଲିସ ଗିରଫ କରିଥିଲା। ଅବଶିଷ୍ଟ ୯ ଜଣ ପରୀକ୍ଷାର୍ଥୀଙ୍କ ବିଷୟରେ ସୂଚନା ପାଇଁ ଇଓୟୁ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)କୁ ଚିଠି ଲେଖିଛି। ଇଓୟୁ ଡିଆଇଜି ମାନବଜିତ ସିଂହ ଧିଲୋନ୍ ଙ୍କ କହିବାନୁଯାୟୀ, ଏନଟିଏ ଏହାର ଜବାବରେ ମାଗିଥିବା ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ପଠାଇଥିଲା।

ପେପର ଲିକ୍ ମାମଲାର ତଦନ୍ତ କରୁଥିବା ଇଓୟୁ କେବଳ ଆଡମିଟ୍ କାର୍ଡ ଜରିଆରେ ପରୀକ୍ଷାର୍ଥୀଙ୍କ ମୋବାଇଲ ନମ୍ବର ଓ ଠିକଣା ସମ୍ପର୍କରେ ସୂଚନା ପାଇଥିଲା। ଏହି ଠିକଣାକୁ ନୋଟିସ୍ ପଠାଇ ପ୍ରାର୍ଥୀଙ୍କୁ ପଚରାଉଚରା ପାଇଁ ଡକାଯାଇଛି। ଏବେ ତଦନ୍ତକାରୀ ଅଧିକାରୀମାନେ ପ୍ରାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କୁ ସାଲଓ୍ଵାର ଗ୍ୟାଙ୍ଗ୍ ସହ ସଂପୃକ୍ତି ସମ୍ପର୍କରେ ପଚରାଉଚରା କରିବେ। ପରୀକ୍ଷା ପୂର୍ବରୁ ୯ ଜଣ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଘୋଷିଥିଲେ କି ନାହିଁ ତାହା ମଧ୍ୟ ପଚରାଯିବ।

 

Get real time updates directly on you device, subscribe now.