fbpx

ବିନା ବ୍ୟାଙ୍କ ଆକାଉଣ୍ଟରେ କରିପାରିବେ ପେମେଣ୍ଟ ! Google Pay ଲଞ୍ଚ୍ କଲା ୬ଟି ନୂଆ ଫିଚର

ନୂଆଦିଲ୍ଲୀ: ଦିନକୁ ଦିନ ଡିଜିଟାଲ ପେମେଣ୍ଟ ସିଷ୍ଟମର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ଏହା ଦ୍ୱାରା ଘରେ ବସି ସହଜରେ ସବୁ କାମ କରିହେଉଛି । ଗୁଗୁଲ ପେ, ଫୋନ୍ ପେ ଏବଂ ପେଟିଏମ୍ ଭଳି କମ୍ପାନୀ ୟୁପିଆଇ ପେମେଣ୍ଟ ସର୍ଭିସ ପ୍ରଦାନ କରିଥାଏ । କିନ୍ତୁ ଏଥିପାଇଁ ବ୍ୟାଙ୍କରେ ଆକାଉଣ୍ଟ ଥିବା ଅନିବାର୍ଯ୍ୟ ଅଟେ । ନ୍ୟାସନାଲ ପେମେଣ୍ଟ୍‌ସ କର୍ପୋରେସନ୍ ଅଫ୍ ଇଣ୍ଡିଆ(NPCI) ନିକଟରେ ୬ଟି ପେମେଣ୍ଟ ଫିଚର ଲଞ୍ଚ୍ କରିଛି । ବର୍ଷ ଶେଷରେ ଏହି ଫିଚର ୟୁଜର୍ସଙ୍କ ପାଇଁ ରୋଲ୍ ଆଉଟ୍ କରାଯିବା ନେଇ କମ୍ପାନୀ ତରଫରୁ କୁହାଯାଇଛି । ତେବେ ଆସନ୍ତୁ ଜାଣିବା ଏହି ନୂତନ ଫିଚର ବିଷୟରେ ।

୧. ୟୁପିଆଇ ଭାଉଚର ବା eRupi: ଏହା ଏକ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଫିଚର ଯାହା ୨୦୨୧ରେ ଲଞ୍ଚ୍ ହୋଇଥିଲା । ବର୍ତ୍ତମାନ ଗୁଗୁଲ ପେ ୟୁଜର ଏହାର ବ୍ୟବହାର କରିପାରିବେ । ୟୁପିଆଇ ସହ ବ୍ୟଙ୍କ ଆକାଉଣ୍ଟ ଲିଙ୍କ ନ ହେଲେ ମଧ୍ୟ ଲିଙ୍କ୍ ହୋଇଥିବା ମୋବାଇଲ ନମ୍ବରରୁ ଏକ ପ୍ରିପେଡ୍ ଭାଉଚର ଜେନେରେଟ୍ କରିପାରିବେ । ଭିନ୍ନ ଭିନ୍ନ ଟ୍ରାନଜେକ୍ସନ ଏବଂ ସେବା ପାଇଁ ଏହି ଭାଉଚରକୁ ରିଡୀମ୍ କରିପାରିବେ । ଏହି ବିଶେଷ ଫିଚର ପାଇଁ ଗୁଗୁଲ ପେ NPCI ଏବଂ ଫାଇନାନସିଆଲ ସର୍ଭିସ ଡିପାର୍ଟମେଣ୍ଟ ସହ ପାର୍ଟନରସିପ୍ କରିଛି ।

୨. କ୍ଲିକ୍ ପେ କ୍ୟୁ ଆର୍ ସ୍କାନ୍‌: NPCI ଭାରତ ବିଲ୍ ପେ ସହ ପାର୍ଟନରସିପରେ ଗୁଗୁଲ ପେ କ୍ଲିକ୍ ପେ କ୍ୟୁ ଆର୍ ସପୋର୍ଟର ଘୋଷଣା କରିଛି । ଏହି ନୂତନ ଫିଚର ସହ ଅନଲାଇନ୍ ବିଲ୍ ପେମେଣ୍ଟ ଆହୁରି ସହଜ ହୋଇଯିବ । ୟୁପିଆଇ ୟୁଜର୍ସ ଏବେ ଆକାଉଣ୍ଟ ଡିଟେଲ୍ସ ପୁରଣ ନକରି ଏବଂ କନଜ୍ୟୁମର ଆଇଡି ବିଷୟରେ ସୂଚନା ନଦେଇ କ୍ୟୁ ଆର୍ କୋଡ୍ ସ୍କାନ୍ କରି ବିଲ୍ ପେମେଣ୍ଟ କରିପାରିବେ ।

୩. ପ୍ରିପେଡ୍ ୟୁଟିଲିଟି ପେମେଣ୍ଟ: ଗୁଗୁଲ ପେ ଏହାର ରିକରିଂ ପେମେଣ୍ଟ କ୍ୟାଟେଗୋରୀରେ ପ୍ରିପେଡ୍ ୟୁଟିଲିଟି ଆଡ୍ କରିବାକୁ ଯାଉଛି । ବର୍ତ୍ତମାନ ୟୁଜର୍ସ କ୍ୱିକ୍ ଏନର୍ଜୀ ଆକାଉଣ୍ଟ ପାଇଁ ନିଜ ଏନର୍ଜୀ ଆକାଉଣ୍ଟକୁ ଲିଙ୍କ କରିପାରିବେ । ୟୁଜର୍ସଙ୍କ ରିକରିଂ ପେମେଣ୍ଟକୁ ଟ୍ରାକ୍ ଏବଂ ମ୍ୟାନେଜ କରିବା ପାଇଁ ଏକ ସେଣ୍ଟ୍ରାଲାଇଜ୍‌ଡ ପ୍ଲାଟଫର୍ମ ପ୍ରଦାନ କରିବା ଦିଗରେ ଫୋକସ୍ କରୁଛି ।

୪. ଅଟୋ ପେ: ଗୁଗୁଲ ପେ ୟୁଜର୍ସଙ୍କ ପାଇଁ ୟୁପିଆଇ ଲାଇଟ୍ ଅଟୋ ପେ ସୁବିଧା ରହିଛି । ଏହି ଫିଚର ମାଧ୍ୟମରେ ୟୁପିଆଇ ବାଲାନ୍ସ କମ୍ ହୋଇଗଲେ ଅଟୋମେଟିକାଲି ଟପ୍ ଅପ୍‌(ରିଚାର୍ଜ) ହୋଇଯିବ । ଫଳରେ ୟୁଜର୍ସଙ୍କୁ ମାନୁଆଲି ବାଲାନ୍ସ ଆଡ୍ କରିବାର ଆବଶ୍ୟକତା ପଡ଼ିବ ନାହିଁ ।

୫. ଟ୍ୟାପ୍ ଆଣ୍ଡ୍ ପେ: NPCI ସହ ପାର୍ଟନରସିପରେ ଗୁଗୁଲ ପେ ରୁପେ କାର୍ଡ଼ ସହ ଟ୍ୟାପ୍ ଆଣ୍ଡ୍ ପେ ସୁବିଧା ପ୍ରସ୍ତୁତ କରିଛି । ଜଣେ ରୁପେ କାର୍ଡ଼ ହୋଲ୍ଡର କାର୍ଡ଼ ସାହାଯ୍ୟରେ ନିଜ ମୋବାଇଲ ଫୋନରୁ ସହଜରେ ଫାଷ୍ଟ ଏବଂ ସିକ୍ୟୋର ପେମେଣ୍ଟ କରିପାରିବେ । କାଡ଼ର୍ର ସମ୍ବନ୍ଧୀୟ କୌଣସି ସୂଚନା ‘ଗୁଗୁଲ ପେ’ରେ ଷ୍ଟୋର୍ ହେବ ନାହିଁ ।

୬. ୟୁପିଆଇ ସର୍କଲ ଫିଚର: ଏହି ଫିଚରରେ ପ୍ରାଇମେରୀ ୟୁପିଆଇ ୟୁଜରଙ୍କ ବ୍ୟତୀତ ସେକେଣ୍ଡାରୀ ୟୁଜର୍ସଙ୍କୁ ଏହି ଆକାଉଣ୍ଟ ବ୍ୟବହାର କରିପାରିବେ । କିନ୍ତୁ ଜଣେ ୟୁପିଆଇ ୟୁଜର ସର୍ବାଧିକ ୫ ଜଣ ୟୁପିଆଇ ୟୁଜରଙ୍କୁ ଆଡ୍ କରିପାରିବେ । ସମସ୍ତ ୟୁଜର କେବଳ ଗୋଟିଏ ୟୁପିଆଇ ଆକାଉଣ୍ଟ ବ୍ୟବହାର କରିବାର ସୁବିଧା ରହିଛି । ବ୍ୟାଙ୍କ ଆକାଉଣ୍ଟ କିମ୍ବା ଗୁଗୁଲ ପେ ଆକାଉଣ୍ଟ ସୁବିଧା ନଥିବା ୟୁଜର୍ସଙ୍କ ପାଇଁ ଏହା ବେଶ ଲାଭଦାୟକ । ଏହି ଫିଚରରେ ମାସିକ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଲିମିଟ୍ ରହିଛି ।

Get real time updates directly on you device, subscribe now.