ଲଣ୍ଡନ: ଭାରତୀୟ କ୍ରିକେଟ ଜଗତ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ପୂର୍ବ ଭାରତୀୟ ଦିଗ୍ଗଜ ବାମହାତୀ ସ୍ପିନର ଦିଲୀପ ଦୋଷୀଙ୍କର ଲଣ୍ଡନରେ ଦେହାନ୍ତ ହୋଇଛି। ୭୭ ବର୍ଷ ବୟସରେ ସେ ହୃଦଘାତ ଯୋଗୁଁ ସୋମବାର, ୨୩ ଜୁନ ୨୦୨୫ରେ ଶେଷ ନିଶ୍ଚାସ ତ୍ୟାଗ କରିଛନ୍ତି। ତାଙ୍କ ନିକଟତମ ସୂତ୍ରରୁ ଏହି ଖବର ମିଳିଛି।
ଦିଲୀପ ଦୋଷୀ ୧୯୭୯ରୁ ୧୯୮୩ ମଧ୍ୟରେ ଭାରତ ପାଇଁ ୩୩ଟି ଟେଷ୍ଟ ଏବଂ ୧୫ଟି ଏକଦିବସୀୟ ମ୍ୟାଚ୍ ଖେଳିଥିଲେ। ତାଙ୍କର ଅସାଧାରଣ ସ୍ପିନ ବୋଲିଂ ତତ୍କାଳୀନ ସମୟରେ ବେଶ୍ ଚର୍ଚ୍ଚାରେ ରହିଥିଲା ଏବଂ ତାଙ୍କୁ ଜଣେ ବିଶେଷ ସ୍ପିନର ଭାବେ ପରିଚୟ ମିଳିଥିଲା। ତାଙ୍କ ମୃତ୍ୟୁ ଖବର ପାଇ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଗଭୀର ଶୋକ ବ୍ୟକ୍ତ କରିଛି।
ବିସିସିଆଇ ଏକ ବୟାନରେ କହିଛି, “ପୂର୍ବ ଭାରତୀୟ ସ୍ପିନର ଦିଲୀପ ଦୋଷୀଙ୍କ ଦେହାନ୍ତରେ ଆମେ ଗଭୀର ଭାବେ ଦୁଃଖିତ। ତାଙ୍କ ଆତ୍ମାର ଶାନ୍ତି କାମନା କରୁଛୁ।”ଦିଲୀପ ଦୋଷୀଙ୍କ ପରିବାରରେ ତାଙ୍କର ପୁଅ ଅଛନ୍ତି। ତାଙ୍କ ମୃତ୍ୟୁ ଭାରତୀୟ କ୍ରିକେଟ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ରହିବ।