fbpx

IPL-2024ରେ “ଦିନେଶ କାର୍ତ୍ତିକ ୨.୦”: ବିସ୍ଫୋରକ ବ୍ୟାଟିଂର ଜଲୱା ଦେଖିଲା ପଞ୍ଜାବ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ଏବେ ଧିରେ ଧିରେ ରୋମାଞ୍ଚକର ହେବା ଆରମ୍ଭ କରୁଛି । ପ୍ରତ୍ୟେକ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେଉଥିବା ବେଳେ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଏହାଭିତରେ ଦମଦାର ବ୍ୟାଟିଂ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି ଭାରତର ତଥା ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁର ଭେଟେରାନ୍ କ୍ରିକେଟର ଦିନେଶ କାର୍ତ୍ତିକ । ଦିନେ ଦୁର୍ବଳ ବ୍ୟାଟିଂ ପାଇଁ ଦଳରୁ ବାଦ୍ ପଡ଼ିଥିବା ବେଳେ ପଞ୍ଜାବ ବିପକ୍ଷରେ ସେ ରୌଦ୍ର ରୂପ ଦେଖାଇଛନ୍ତି । ପଞ୍ଜାବ ବିପକ୍ଷରେ ତାଙ୍କ ବ୍ୟାଟିଂ ପରେ ଫ୍ୟାନ୍ସ ତାଙ୍କୁ କାର୍ତ୍ତିକ ୨.୦ ବୋଲି କହିଛନ୍ତି ।

ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ନିଜର ଦ୍ୱିତୀୟ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି । ବିରାଟ କୋହଲି ଏବଂ ଦିନେଶ କାର୍ତ୍ତିକଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ସିଜନର ପ୍ରଥମ ବିଜୟ ହାସଲ କରିଛି ଆରସିବି । କୋହଲି ଏହିମ ମ୍ୟାଚରେ ୧୧ଟି ଚୌକା ଏବଂ ୨ଟି ଛକା ସହ ୭୭ ରନ୍ କରିଥିବା ବେଳେ କାର୍ତ୍ତିକ ମାତ୍ର ୧୦ ବଲରୁ ୨୮ ରନ୍ ସଂଗ୍ରହ କରିଛନ୍ତି । ତେବେ ଏହି ୨୮ ରନ୍ ଟିମ ପାଇଁ ଖୁବ ମହତ୍ତ୍ୱପୂର୍ଣ୍ଣ ରହିଥିଲା । ଘଡ଼ିସନ୍ଧି ମୁହୂର୍ତ୍ତରେ ବ୍ୟାଟିଂ କରିବାକୁ ଆସି ଦଳକୁ ବିଜୟୀ କରାଇଛନ୍ତି ଦିନେଶ କାର୍ତ୍ତିକ । ତେବେ ଏହାପୂର୍ବରୁ ଚେନ୍ନାଇ ବିପକ୍ଷରେ ମଧ୍ୟ ଏକ ସେ ଛୋଟ ଇନିଂସ ଖେଳିଥିଲେ । କିନ୍ତୁ ଏହି ସିଜନରେ ତାଙ୍କୁ ଦମଦାର ଲୟରେ ଥିବା ଦେଖାଯାଇଛି । ବିସ୍ଫୋରକ ବ୍ୟାଟିଂ ଯୋଗୁଁ ତାଙ୍କୁ ଏବେ କାର୍ତ୍ତିକ ୨.୦ ଭର୍ସନ ବୋଲି କୁହାଯାଉଛି ।

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ବେଙ୍ଗଲୁରୁକୁ ୧୭୭ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ତେବେ ,ହାର ପିଛା କରି ଆରସିବି ଏହି ମ୍ୟାଚକୁ ୪ୱିକେଟରେ ବିଜୟ ହାସଲ କରିଛି । ବେଙ୍ଗଲୁରୁ ପକ୍ଷରୁ ପୂର୍ବ ଅଧିନାୟକ ବିରାଟ କୋହଲି ସର୍ବାଧିକ ୭୭ ରନ୍ କରିଥିଲେ । ମାତ୍ର ୪୯ ବଲରୁ ୧୧ଟି ଚୌକା ଏବଂ ୨ଟି ଛକା ସହିତ ୭୭ ରନ କରି ଦଳ ପାଇଁ ଏକା ଲଢୁଥିଲେ ବିରାଟ । ଦଳର ମଧ୍ୟକ୍ରମ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ବିଜୟ ଟୀକା ପିନ୍ଧାଇଛନ୍ତି ଦିନେଶ କାର୍ତ୍ତିକ । ଯାହାଫଳରେ ୧୯.୨ ଓଭରରେ ପଞ୍ଜାବର ବିଜୟ ଲକ୍ଷ୍ୟକୁ ହାସଲ କରି ସିଜନର ପ୍ରଥମ ବିଜୟ ହାସଲ କରିଛି ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ । ତେବେ

Get real time updates directly on you device, subscribe now.