fbpx

କମେଣ୍ଟ୍ରିରେ ଡେବ୍ୟୁ କରି ଫ୍ୟାନ୍ସଙ୍କ ମନ ଜିଣିଲେ ଦୀନେଶ କାର୍ତ୍ତିକ୍

Advertisement

ନୂଆଦିଲ୍ଲୀ:  ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍ ରେ  ମ୍ୟାଚ୍ ଇଂଲଣ୍ଡର ସାଉଥାମ୍ପଟନ୍ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚ୍ ରେ  ଭାରତର କିମ୍ବଦନ୍ତୀ ଖେଳାଳୀ ଦୀନେଶ କାର୍ତ୍ତିକ କମେଣ୍ଟ୍ରି ଦୁନିଆରେ ଡେବ୍ୟୁ କରିଛନ୍ତି । କମେଣ୍ଟ୍ରି ବକ୍ସରେ ପ୍ରବେଶ କରିବା ମାତ୍ରେ ହିଁ ଦୀନେଶ କାର୍ତ୍ତିକ ପୁରା ଛାଇଯାଇଥିଲେ । ଦର୍ଶକଙ୍କୁ କରାଇଥିଲେ ଜୋରଦାର ମନୋରଞ୍ଜନ । କେବଳ ଏତିକି ନୁହେଁ   ମାଇକେଲ ଭନଙ୍କ ଭଳି କିମ୍ବଦନ୍ତୀ ଖେଳାଳିଙ୍କୁ ଟାର୍ଗେଟ୍ କରିବାକୁ ସୁଯୋଗ ଛାଡି ନଥିଲେ ଦୀନେଶ କାର୍ତ୍ତିକ ।

ଦୀନେଶ କାର୍ତ୍ତିକଙ୍କ ବ୍ୟତୀତ ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ ମଧ୍ୟ ଡବ୍ଲୁଟିସି ଫାଇନାଲ ପାଇଁ  କମେଣ୍ଟ୍ରି ପାନେଲ ଏକ ଅଂଶ ଅଟନ୍ତି । ମ୍ୟାଚ୍  ଦ୍ୱିତୀୟ ଦିନରେ ନାସିର ହୁସେନ୍ ଭାରତୀୟ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ପ୍ରଶଂସା କରିଥିଲେ । ଏହି ପ୍ରଶଂସାରେ କହିଥିଲେ କି ରୋହିତ ସର୍ଟ ବଲ୍ ଭଲ ଖେଳନ୍ତି । ସ୍ପିନ୍ ବିପକ୍ଷରେ ତାଙ୍କ ଗୋଡର ଭଲ ବ୍ୟବହାର କରନ୍ତି । କାର୍ତ୍ତିକ ନାସିର ହୁସେନ୍ ଏହି କମେଣ୍ଟକୁ ଟାର୍ଗେଟ୍ କରି ଏହାର ଉତ୍ତରରେ କହିଥିଲେ , ହଁ ତୁମର ବିପରୀତ। କାର୍ତ୍ତିକଙ୍କ ଏହି ଉତ୍ତର ଶୁଣି ପ୍ରଶଂସକମାନେ ମଧ୍ୟ ବହୁତ ଖୁସି ଅଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ ବେଶ ପ୍ରଶଂସା କରାଯାଉଛି ।
ତାଙ୍କର ଜଣେ ପ୍ରଶଂସକ ଟ୍ୱିଟରରେ ଲେଖିଛନ୍ତି , ଦୀନେଶ କାର୍ତ୍ତକ ତାଙ୍କର କମେଣ୍ଟ୍ରି ସ୍ତରକୁ ଉଚ୍ଚରେ ରଖିଛନ୍ତି । ଏହା ସହ ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ସିଧାସଳଖ ପ୍ରତିଟି ପଏଣ୍ଟକୁ ମଧ୍ୟ ଜଣାଉଛନ୍ତି ।

ଅନ୍ୟପଟେ ଦୀନେଶ କାର୍ତ୍ତିକ ଏପର୍ଯ୍ୟନ୍ତ କ୍ରିକେଟ୍ ଦୁନିଆରୁ ଅବସର ନେଇ ନାହାନ୍ତି । ଦୀନେଶ କାର୍ତ୍ତିକ ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସର ଏକ ଅଂଶ । ସେ ସେପ୍ଟେମ୍ବରରେ ଆଉ ଥରେ ମାଇକ୍ ବଦଳରେ ବ୍ୟାଟ୍ ଧରି ପଡିଆରେ ବ୍ୟାଟିଂ କରୁଥିବାର ଦେଖିବାକୁ ମିଳିବ ।
ଅନ୍ୟପଟେ ଦୀନେଶ କାର୍ତ୍ତିକ ନିକଟରେ ତାଙ୍କର ହୃଦୟର କଥା ପ୍ରକାଶ କରିଥିଲେ । ଦୀନେଶ କହିଥିଲେ କି ୨୦୧୯ ୱାନ-ଡେ-ୱାଲ୍ଡ କପ୍ରେ ଖରାପ ପ୍ରଦର୍ଶନ ହେତୁ ଟିମ୍ ଇଣ୍ଡିଆକୁ ଫେରିବାର ସମ୍ଭାବନା ନାହିଁ କହିଲେ ବୋଧେ ଠିକ୍ ହେବ ।

Get real time updates directly on you device, subscribe now.