ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ

ନିମାପଡା: ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ପୁରୀ ଜିଲ୍ଲା ନିମାପଡ଼ାରେ ଘଟିଯାଇଛି ଏଭଳି ଜଘନ୍ୟ ଘଟଣା। ଏହି ଘଟଣାକୁ ନେଇ ବଳଙ୍ଗା ଥାନାରେ ଅଭିଯୋଗ ହୋଇଥିବାବେଳେ ପୋଲିସ ଏହାର ତଦନ୍ତ କରୁଛି।

ଦିନକୁ ଦିନ ଏହି ସବୁ ଘଟଣା ଏତେ ମାତ୍ରାରେ ବଢୁଛି ଯେ, ତାହାର ଆକଳନ କରିବା ସମ୍ଭବପର ହେଉନାହିଁ। ଏହାର ସମାଧାନ ମଧ୍ୟ ହୋଇପାରୁନାହିଁ। ଫଳରେ ନିରୀହ ମହିଳାମାନେ ଏହାର ଶିକାର ହେଉଛନ୍ତି।