fbpx

CDS ରାୱତଙ୍କ ହେଲିକପ୍ଟର କିପରି କ୍ରାସ ହୋଇଥିଲା? ପ୍ରତିରକ୍ଷା ମନ୍ତ୍ରୀଙ୍କୁ ରିପୋର୍ଟ ଦେଲା ବାୟୁସେନା, କାରଣକୁ ନେଇ ବଡ଼ ଖୁଲାସା

ନୂଆଦିଲ୍ଲୀ: ୮ ଡିସେମ୍ବରରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତଙ୍କ ସମେତ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା କିପରି ହୋଇଥିଲା, ସେନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଆଜି ରିପୋର୍ଟ ପ୍ରଦାନ କରିଛନ୍ତି ବାୟୁସେନା ମୁଖ୍ୟ । ଦୁର୍ଘଟଣାର କାରଣ ଓ ଭିଆଇପିଙ୍କ ଉଡ଼ାଣ ପୂର୍ବରୁ ଯାଞ୍ଚ ସମ୍ପର୍କିତ ମତାମତ ପ୍ରଦାନ କରିବାକୁ କୁହାଯାଇଥିଲା । ଏହି ରିପୋର୍ଟରେ ଦୁର୍ଘଟଣା ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟର ଖୁଲାସା ହୋଇଛି । ଦୁର୍ଘଟଣାର କାରଣ ବିଷୟରେ ବି ବିସ୍ତୃତ ସୂଚନା ଦିଆଯାଇଛି ।

ତାମିଲନାଡୁର କୁନ୍ନୁରରେ ହୋଇଥିବା ଏହି ହେଲିକପ୍ଟର ଦୁର୍ଘଟଣା ବିଷୟରେ ୩ ସେନାର ମିଳିତ ସମିତି ଯାଞ୍ଚ କରିଥିଲା । ଯାଞ୍ଚ ରିପୋର୍ଟରେ ଦୁର୍ଘଟଣାର କାରଣକୁ ନେଇ ସମିତି ନିଜର ମତାମତ ରାଜନାଥ ସିଂଙ୍କୁ ଅବଗତ କରାଇଛି ।

ଯାଞ୍ଚ ଅନୁସାରେ , କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ହୋଇନଥିଲା । କିନ୍ତୁ ଏହି ଦାବିକୁ କେହି ବି ଅଧିକାରୀ ସ୍ପଷ୍ଟ କରିନାହାନ୍ତି । ସୂତ୍ରରୁ ପ୍ରକାଶ ଯେ, ଏମଆଇ-୧୭ଭି୫ ପାହାଡିଆରେ ଏକ ରେଳ ଲାଇନ ନିକଟରେ ଉଡୁଥିଲା । ଅଚାନକ୍ ତାହା ଘନ ବାଦଲରେ ପ୍ରବେଶ କରିଥିଲା । ହେଲିକପ୍ଟରଟି କମ୍ ଉଚ୍ଚତାରେ ଉଡୁଥିଲା । ଅଞ୍ଚଳକୁ ଜାଣିବା ପରେ ବି ବିମାନ ଚାଳକ ଅବତରଣ କରିବାକୁ ନିଷ୍ପତ୍ତି ନେଇନଥିଲେ । ଏହାରି ମଧ୍ୟରେ ହେଲିକପ୍ଟରଟି ଏକ ପଥର ସହ ଧକ୍କା ହୋଇଥିଲା ।

ସମସ୍ତ ଚାଳକ ‘ମାଷ୍ଟର ଗ୍ରୀନ’ ଶ୍ରେଣୀର ଥିଲେ । ଏପରି କ୍ଷେତ୍ରରେ ସେ ଏପରି ପରିସ୍ଥିତିରୁ ବାହାରି ଆସିବେ ବୋଲି ବିଶ୍ୱାସ କରିଥିଲେ । କାହିଁକି ନା ଜରୁରୀକାଳୀନ ପରିସ୍ଥିତି ପାଇଁ ଗ୍ରାଉଣ୍ଡ ଷ୍ଟେସନକୁ କୌଣସି କଲ୍ କରାଯାଇନଥିଲା । ‘ମାଷ୍ଟର ଗ୍ରୀନ’ ଶ୍ରେଣୀର ଚାଳକ ବିମାନ ଉଡ଼ାଣ ଓ ଅବତରଣର ମାଷ୍ଟର ଭାବେ ଗଣାଯାଆନ୍ତି ।

ଏହା ସହିତ ଯାଞ୍ଚ ସମିତି ଦ୍ୱାରା ଦିଆଯାଇଥିବା ସୁପାରିଶରେ ଦର୍ଶାଯାଇଛି ଯେ, ଭବିଷ୍ୟତରେ ଚାଳକ ଟିମରେ ମାଷ୍ଟର ଗ୍ରୀନ ଓ ଅନ୍ୟ ଶ୍ରେଣୀର ଚାଳକ ହେବା ଉଚିତ୍ । ଏହା ଫଳରେ ଯଦି ଆବଶ୍ୟକ ପଡେ, ତେବେ ସେମାନେ ଭୂମିରେ ଥିବା ଷ୍ଟେସନର ସାହାର୍ଯ୍ୟ ଲୋଡି ପାରିବେ ।

Get real time updates directly on you device, subscribe now.