fbpx

ବିଶ୍ୱକୁ ଗ୍ରାସିବାକୁ ଯାଉଛି କରୋନା ଠାରୁ ୭ ଗୁଣ ଭୟଙ୍କର ମହାମାରୀ, ନେଇପାରେ ୫ କୋଟିରୁ ଅଧିକ ଲୋକଙ୍କ ଜୀବନ

ଲଣ୍ଡନ: କରୋନା ଭାଇରସ୍ ମହାମାରୀରୁ ବିଶ୍ୱ ସଂପୂର୍ଣ୍ଣ ଭାବରେ ମୁକ୍ତ ହୋଇପାରି ନ ଥିବା ବେଳେ ଏବେ ବିଶେଷଜ୍ଞମାନେ ନୂଆ ଭାଇରସ୍ ବିଷୟରେ ବିଶ୍ୱକୁ ସତର୍କ କରାଇ ଦେଲେଣି । କୁହାଯାଇଛି ଆଗାମୀ ମହାମାରୀ ବିଶ୍ୱରେ ଅତି କମ୍‌ରେ ୫ କୋଟି ଲୋକଙ୍କ ମୃତ୍ୟୁର କାରଣ ପାଲଟିବ । ଏହା କୋଭିଡ୍ ୧୯ ଠାରୁ ଅଧିକ ଘାତକ ହେବ ବୋଲି ମଧ୍ୟ କୁହାଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଏହି ମହାମାରୀର ନାମ ‘ଡିଜିଜ୍ ଏକ୍ସ’ ରଖାଯାଇଛି ।

ଡେଲି ମେଲ୍ ରିପୋର୍ଟ ଅନୁସାରେ କୋଭିଡ୍ ୧୯ କେବଳ ମାତ୍ର ଆରମ୍ଭ । ବ୍ରିଟେନର ଭାକସିନ୍ ଟ୍ୟାକ୍ସ ଫୋର୍ସର ମୁଖ୍ୟ ଡାମ୍ କେଟ୍ ୱିଙ୍ଘମ୍ ଚେତାବନୀ ଜାରି କରି କହିଛନ୍ତି ଆଗାମୀ ମହାମାରୀ ଅତି କମ୍‌ରେ ୫ କୋଟି ଲୋକଙ୍କ ଜୀବନ ନେଇପାରେ । ସେ ଏହା ମଧ୍ୟ କହିଛନ୍ତି ଆମମାନଙ୍କର ଭାଗ୍ୟ ଭଲ ଥିଲା ଯେ, କୋଭିଡ୍ ଏତେମାତ୍ରାରେ ଘାତକ ହୋଇ ପାରିନାହିଁ । ହୁ କହିଛି ଆଗାମୀ ମହାମାରୀ ରାସ୍ତାରେ ବି ସଂକ୍ରମିତ ହୋଇପାରେ ।

ଡିଜିଜ୍ ଏକ୍ସ କୋଭିଡ୍ ଠାରୁ ୭ ଗୁଣ ଅଧିକ ଘାତକ ହୋଇପାରେ । ଏହା ମଧ୍ୟ କୁହାଯାଇଛି କି ଏହି ନୂଆ ମହାମାରୀ ପୃଥିବୀ ପୃଷ୍ଠରେ ପୂର୍ବରୁ ଥିବା ଭାଇରସ୍‌ରୁ ହିଁ ବ୍ୟାପିବ । ୱିଙ୍ଘମ ୧୯୧୮ ଓ ୧୯ରେ ଆସିଥିବା ଫ୍ଲୁ ମହାମାରୀର ଉଦାହରଣ ଦେଇ କହିଛନ୍ତି ପୂର୍ବରୁ ପୃଥିବୀ ପୃଷ୍ଠରେ ଥିବା କୌଣସି ବି ଭାଇରସ୍ ଏବେ ଏତେ ସଂଖ୍ୟାରେ ମୃତ୍ୟୁର କାରଣ ପାଲଟିଯାଇପାରେ । ସେ କହିଛନ୍ତି ହଜାର ହଜାର ଭାଇରସ୍ ଉପରେ ୃଧ୍ୟନ କରି ୨୫ ଭାଇରସ୍ ସମୂହ ଉପରେ ତଥ୍ୟ ସଂଗ୍ରହ କରିଛନ୍ତି । ଆଶଙ୍କା କରାଯାଉଛି ପୂର୍ବରୁ ଥିବା ଭାଇରସ୍ ମ୍ୟୁଟେଟ୍ ହୋଇ ମହାମାରୀର ରୂପ ନେବ ।

ତେବେ ଏ ସଂପର୍କରେ ଏକ ଖୁସି ଖବର ହେଉଛି ବ୍ରିଟେନର ବୈଜ୍ଞାନିକମାନେ ଡିଜିଜ୍ ଏକ୍ସ ବିରୁଦ୍ଧରେ ଭାକସିନ୍ ପ୍ରସ୍ତୁତ କରିବାର କାମ ଆରମ୍ଭ କରି ଦେଇଛନ୍ତି । ବ୍ରିଟେନର ହେଲ୍‌ଥ ସିକ୍ୟୁରିଟି ଏଜେନ୍ସୀ ମୁଖ୍ୟ ପ୍ରଫେସର ଡାମ୍ ଜେନି ହାରିସ୍ କହିଛନ୍ତି ଜଳବାୟୁ ପରିବର୍ତ୍ତନ ପରି ବହୁ କାରଣ ଭବିଷ୍ୟତରେ ଆସିବାକୁ ଥିବା ମହାମାରୀର ସମ୍ଭାବନାକୁ ବଢାଇ ଦେଇଛି ।

Get real time updates directly on you device, subscribe now.