fbpx

ବର୍ଷେ ଭିତରେ Disney India ରିଲିଜ୍ କରିବ ଏହି ସୁପରହିରୋ ଫିଲ୍ମ, ଜାଣନ୍ତୁ ପୂରା ଲିଷ୍ଟ୍

ନୂଆଦିଲ୍ଲୀ: Disney India ମଙ୍ଗଳବାର ଅର୍ଥାତ୍ ଅକ୍ଟୋବର ୫ ତାରିଖରେ ୨୦୨୧-୨୦୨୨ ମଧ୍ୟରେ ରିଲିଜ୍ ହେବାକୁ ଥିବା ସୁପର୍ ହିରୋ ଫିଲ୍ମର ପୂରା ଲିଷ୍ଟ ରିଲିଜ୍ କରିଛନ୍ତି । ଏନେଇ ଏକ ରିଲିଜିଂ ସ୍ଲେଟ୍ ଘୋଷଣା କରାଯାଇଛି । ତେବେ ସ୍ଲେଟ୍ ର ଆରମ୍ଭ ମାରଭେଲ୍ ଷ୍ଟୁଡିଓର ଇଟର୍ନାଲ୍ ରୁ ହେବ । ଏହା ଏକ ସୁପରହିରୋ ମୁଭି ହୋଇଥିବା ବେଳେ ଭାରତୀୟ ସିନେମା ହଲ୍ ରେ ଏହା ଦୀପାବଳୀରେ ରିଲିଜ୍ ହେବ । ଅନ୍ୟ ଫିଲ୍ମ ଗୁଡ଼ିକ ଭିତରେ ରହିଛି Doctor Strange: Multiverse Of Madness, Thor: Love and Thunder, Black Panther: Wakanda Forever  ଏବଂ sequel to Avatar  ।

ମାରଭେଲ୍ ଫ୍ୟାନ୍ ମାନେ ବହୁ ପ୍ରତୀକ୍ଷିତ ସୁପରହିରୋ ଫିଲ୍ମ Eternals ର ଅପେକ୍ଷାରେ ରହିଛନ୍ତି । ଫିଲ୍ମଟି ଭାରତରେ ନଭେମ୍ବର ୫ ତାରିଖରେ ଦୀପାବଳୀରେ ରିଲିଜ୍ ହେବାକୁ ଯାଉଛି । ଏହା ୬ଟି ଭାଷାରେ ରିଲିଜ୍ ହେବାକୁ ଯାଉଛି । ଇଂରାଜୀ, ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ ଭାଷାରେ ରିଲିଜ୍ ହେବ ।

ଏହା ବ୍ୟତୀତ Doctor Strange: Multiverse Of Madness ମାର୍ଚ୍ଚ ୫ ତାରିଖ, Thor: Love and Thunder ୨୦୨୨ ମେ ୬, Disney Pixar’s Lightyear ୨୦୨୨ ଜୁନ୍୧୭, Black Panther: Wakanda Forever ୨୦୨୨ ଜୁଲାଇ ୮ ତାରିଖ, Blade ୨୦୨୨ ଅକ୍ଟୋବର ୭ ତାରିଖ, The Marvels ୨୦୨୨ ନଭେମ୍ବର ୧୧ ତାରିଖ ଏବଂ sequel to Avatar   ୨୦୨୨ ଡିସେମ୍ବର ୧୬ ତାରିଖରେ ରିଲିଜ୍ ହେବ ।

Get real time updates directly on you device, subscribe now.