ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦରମହକୁମା ସ୍ଥିତ ମେଡିକାଲ୍ କ୍ୟାମ୍ପସ ମଧ୍ୟରେ ଥିବା ହାଇ ମାଷ୍ଟ୍ ଲାଇଟ୍ ଦୀର୍ଘ ଦିନ ହେବ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଥିବା ଦେଖିବାକୁ ମିଳିଛି । ଖବର ଅନୁଯାୟୀ ପୂର୍ବତନ ଉମରକୋଟ ବିଧାୟକ ଜଗବନ୍ଧୁ ମାଝୀଙ୍କ ଦ୍ଵାରା ୨୦୧୦,୨୦୧୧ ମସିହାରେ ଏହାର ଉଦଘାଟନ ହୋଇଥିଲା । ପରେ ପଞ୍ଚାୟତ ତଦାରଖକୁ ଆସିଥିଲା ।
ତେବେ ଏହା ପରଠାରୁ ଲାଇଟ୍ ରେ କିଛି ଅସୁବିଧା ହେବାରୁ ଦୀର୍ଘ ଦିନ ଧରି ବନ୍ଦ ପଡ଼ିଛି । ମରାମତି ନହୋଇ ପଡ଼ିରହିଛି । ତେଣୁ ଏହାର ସମାଧାନ ନିମନ୍ତେ ସାଧାରଣ ରେ ଦାବି ହେଉଛି।