ଜିଲ୍ଲାପାଳମାନେ ନେବେ ସ୍କୁଲ ଛୁଟି ନିଷ୍ପତ୍ତି, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ: ମନ୍ତ୍ରୀ
ଭୁବନେଶ୍ୱର: ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ନିଷ୍ପତ୍ତି ଜିଲ୍ଲାପାଳମାନେ ନେବେ। ଏ ନେଇ ସୂଚନା ଦେଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୂରେଶ ପୂଜାରୀ। ସେ କହିଛନ୍ତି ଯେ, ଏସଓପି ବାହାରେ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳମାନଙ୍କୁ ଅଧିକୃତ କରାଯାଇଛି।
ସେ ଆହୁରି କହିଛନ୍ତି ଯେ, ଜିଲ୍ଲାପାଳ ଅନୁଭବ କଲେ ସ୍ୱତନ୍ତ୍ର ନିଷ୍ପତ୍ତି ନେଇପାରିବେ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ସମୀକ୍ଷାକରିବେ। ଦିନେ ଦୁଇ ଦିନରେ ଆଲୋଚନା ପରେ ଅଧିକ ନିର୍ଦ୍ଦେଶାବାଳୀ ଜାରି ହେବ।