fbpx

ମୋଦୀ ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ: ଜାଣନ୍ତୁ କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ଦାୟିତ୍ୱ

Advertisement

ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି । ଏହାପରେ ଆଜି ମୋଦୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ ଆରମ୍ଭ କରିଛନ୍ତି । ଏହା ପିଏମ ମୋଦୀଙ୍କ ତୃତୀୟ ପାଳିର ପ୍ରଥମ କ୍ୟାବିନେଟ ବୈଠକ । ଏହି ବୈଠକରେ ଜେପି ନଡ୍ଡା, ଅମିତ ଶାହା, ରାଜନାଥ ସିଂ ଉପସ୍ଥିତ ଅଛନ୍ତି ।

ମୋଦୀଙ୍କ ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ ହୋଇଛି । ନୀତିନ ଗଡ଼କାରୀଙ୍କୁ ସଡ଼କ ପରିବହନ ମନ୍ତ୍ରାଳୟର ଦାୟିତ୍ୱ ମିଳିଛି । ଏଥିରେ ନିଜ ମନ୍ତ୍ରାଳୟ ବଜାର ରଖିଲେ ଗଡ଼କାରୀ । ସେହିପରି ଅଜୟ ଟମଟା ଏବଂ ହର୍ଷ ମଲହୋତ୍ରା ସଡ଼କ ପରିବହନ ରାଷ୍ଟ୍ରମନ୍ତ୍ରୀର ଦାୟିତ୍ୱ ପାଇଛନ୍ତି । ଅନ୍ୟପଟେ ରାଜନାଥ ସିଂହଙ୍କୁ ମିଳିଲା ପ୍ରତିରକ୍ଷା ମନ୍ତ୍ରାଳୟର ଦାୟିତ୍ୱ । ଅମିତ ଶାହଙ୍କ ପାଖରେ ମଧ୍ୟ ବଜାୟ ରହିଲା ଗୃହ ମନ୍ତ୍ରାଳୟ ।

ମୋଦୀଙ୍କ ଓଡ଼ିଆ ଟିମ୍‌:
ଏଥର ମୋଦୀ କ୍ୟାବିନେଟରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣିଥରେ ଶିକ୍ଷା ମନ୍ତ୍ରୀର ଦାୟିତ୍ୱ ମିଳିଛି । ଆଶ୍ୱିନୀ ବୈଷ୍ଣବଙ୍କୁ ପୁଣି ମିଳିଲା ରେଳ ମନ୍ତ୍ରାଳୟ । ଅଶ୍ୱିନୀ ବୈଷ୍ଣବଙ୍କ ପାଖରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ରହିଛି । ଜୁଏଲ ଓରାମ ହେଲେ ଆଦିବାସୀ ବ୍ୟାପାର ମନ୍ତ୍ରୀ ।

ନିର୍ମଳା ସୀତାରମଣ-ଅର୍ଥ ମନ୍ତ୍ରଳାୟ
ଏସ୍‌.ଜୟଶଙ୍କର- ବୈଦେଶିକ ବ୍ୟାପାର
ମନୋହର ଲାଲ୍‌-ଶକ୍ତି, ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ
ଜିତନରାମ ମାଂଝି-କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ
ଅଶ୍ୱିନୀ ବୈଷ୍ଣବ-ରେଳ ଏବଂ ସୂଚନା ଓ ପ୍ରସାରଣ
ଶିବରାଜ ସିଂ ଚୌହାନ-କୃଷି, ଗ୍ରାମ୍ୟ ଉନ୍ନୟନ
ଚିରାଗ ପାଶ୍ୱାନ-କ୍ରୀଡା
ଏଚ.ଡି କୁମାରସ୍ୱାମୀ-ଇସ୍ପାତ ଓ ଭାରି ଶିଳ୍ପ
କେ.ରାମ ମୋହନ ନାଇଡୁ- ବେସାମରିକ ବିମାନ ଚଳାଚଳ
ଅନ୍ନପୂର୍ଣ୍ଣା ଦେବୀ-ମହିଳା ଓ ଶିଶୁ ବିକାଶ
ଗଜେନ୍ଦ୍ର ଶେଖାୱତ- ପର୍ଯର୍୍ୟଟନ ଓ ସଂସ୍କୃତି
ସର୍ବାନନ୍ଦ ସୋନୱାଲ- ବନ୍ଦର ଓ ଜାହାଜ ଚଳାଚଳ
କିରଣ ରିଜିଜୁ-ସଂସଦୀୟ ବ୍ୟାପାର, ପୀୟୂଷ ଗୋୟଲ-ବାଣିଜ୍ୟ
ପ୍ରହ୍ଲାଦ ଯୋଶୀ-ଖାଦ୍ୟ ଓ ଖାଉଟି କଲ୍ୟାଣ, ଜେ.ପି ନଡ୍ଡା-ସ୍ୱାସ୍ଥ୍ୟ, ରସାୟନ ଓ ସାର
ଜ୍ୟୋତିରାଦିତ୍ୟ ସିନ୍ଦିଆ-ଟେଲିକମ,
ହରଦୀପ ସିଂ ପୁରୀ-ପେଟ୍ରୋଲିୟମ
ଗିରିରାଜ ସିଂହ-ବୟନ ଶିଳ୍ପ

Get real time updates directly on you device, subscribe now.